40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକଳାହାଣ୍ଡିରେ ହେବ ଇନ୍ଦ୍ରାବତୀ ମେଗା ଜଳ ସେଚନ ପ୍ରକଳ୍ପ

କଳାହାଣ୍ଡିରେ ହେବ ଇନ୍ଦ୍ରାବତୀ ମେଗା ଜଳ ସେଚନ ପ୍ରକଳ୍ପ

କଳାହାଣ୍ଡି : ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱରା କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରବତୀ ମେଗା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଛି । କୋରାନା ମହମାରୀର ଦିର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ପ୍ରଥମ ଥର କଳାହାଣ୍ଡି ଗସ୍ତ । ଏହି ମେଗା ଜଳ ସେଚନ ପ୍ରକଳ୍ପ ପାଇଁ ମୋଟ ୭୫୬ କୋଟି ବ୍ୟୟ ଅଟକଳ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା , ଧର୍ମଗଡ଼ , କୋକସରା , ବ୍ଲକର ୮୭ ଟି ଗ୍ରାମ ର ଗ୍ରମବାସୀ ମାନେ ଉପକୃତ ହୋଇପାରିବେ । ଏଥିପାଇଁ ବିଶେଷ ଭାବେ ଆୟୋଜନ କରାଯିବା ସହିତ ବହୁ ନେତା , ବିଧାୟକ ଓ କର୍ମିମାନେ କଳାହାଣ୍ଡି ଗସ୍ତ କରିଛନ୍ତି । ଜୟପାଟଣା ଠାରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ , ଦଳୀୟ କର୍ମୀ ଓ ସରକାରୀ ଅଫିସର ମାନଙ୍କ ପାଇଁ ୩ ଟି ଷ୍ଟେଜର ବ୍ୟବସ୍ଥା କରାଯାଇଛି । ତେବେ କେବଳ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ପରେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ୫ କଂଗ୍ରେସ କର୍ମିଙ୍କୁ ଅଟକ ରଖାଯାଇଛି । ସେମାନେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking