39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ : କଟକ କାଳିଆ ବୋଦା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ଓ ଗାର୍ଡ଼ ଅଫ ଅନର ଦିଆଯିବା ସହ ଶେଷ ହୋଇଛି ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ ଶେଷକୃତ୍ୟ । ପ୍ରକାଶ ରାୟଙ୍କ ଝିଅ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଶେଷ ବିଦାୟ ସମୟରେ ରାଜ୍ୟର ବହୁ ବିଶେଷ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।  ତେବେ ୨୦ ଦିନ ତଳେ କୋରନାରେ ଆକ୍ରାନ୍ତ ହୋଇ ପ୍ରକାଶ ବଡ଼ ଡେିକାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଥାଉକି କଟକରେ ଏକ ଚାହା ଦୋକାନ କରି ବହୁ ସ୍ୱଳ୍ପ ରୋଜଗାରରେ ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ ପ୍ରକାଶ ରାଓ । ଏହା ସହ ସେ ୨୦୦ରୁ ଅଧିକ ଥର ରକ୍ତ ଦାନ ମଧ୍ୟ କରିଛନ୍ତି । ଏହି ତ୍ୟାଗ ଓ ସମାଜ ପାଇଁ କରିଥିବା କାର୍ଯ୍ୟ ଯୋଗୁଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ସେ ଜଣେ ଭଦ୍ର ଓ ନମ୍ର ବ୍ୟକ୍ତି ଥିଲେ ଓ ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking