36.1 C
Bhubaneswar
Saturday, May 4, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ବାଲେଶ୍ୱର : ସିମୁଳିଆ ଥାନା ପାହି ତୋରଣା ପଞ୍ଚାୟତ ଦୋରା ଗ୍ରାମରେ ନିଖୋଜ ଥିବା ମହିଳାଙ୍କର ପଥରରେ ହାତ ଗୋଡ଼ ବନ୍ଧା ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ମହିଳା ହେଲେ କୁନିଲତା ନାୟକ । ମୃତ ମହିଳାଙ୍କ ସ୍ୱାମୀ ଧନେଶ୍ୱର ନାୟକ ଦୁଇ ଦିନ ଧରି ଫେରାର ଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ ଦୋରା ଗ୍ରାମରେ ଧନେଶ୍ୱର ୮ ବର୍ଷ ଧରି ଏହି ଗ୍ରାମରେ ରହି ଆସୁଥିଲେ । କୌଣସି କାରଣ ପାଇଁ ଉଭୟ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ କଳହ ଲାଗିରହିଥିଲା ।

ଗତ ଦୁଇ ଧରି ଧନେଶ୍ୱର ଘରେ ନ ରହିବା ଓ ସ୍ତ୍ରୀ କୁନିଲତାଙ୍କୁ ଗ୍ରାମବାସୀ ନ ଦେଖିବାରୁ କୁନିଲତାଙ୍କର ଭାଇଙ୍କୁ ଖବର ଦେଇଥିଲେ । ପରେ ତାଙ୍କ ଭାଇ ଆସି ଘରେ ତାଲା ଭାଙ୍ଗି ଦେଖିବା ପରେ କୌଣସି ଖବର ନ ପାଇବାରୁ ଗତକାଲି ସିମୁଳିଆ ଥାନାରେ ଭଉଣୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ଆଜି ଗ୍ରାମବାସୀ ଗ୍ରାମ ଶେଷରେ ଥିବା ଏକ ଛୋଟ ପୋଖର ରେ କୁନିଲତା ଭାସୁଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଏକ ସିମେଣ୍ଟ ଅଖାରେ ପଥର ରଖି ବେକ ଓ ଗୋଡ଼କୁ ବାନ୍ଧି ଦେଇଥିବାର ଦେଖିବାକୁ ମିଳିଥିଲା । ସ୍ୱାମୀ ଧନେଶ୍ୱର ହତ୍ୟା କରି ଫେରାର ଥିବା ନେଇ ସନ୍ଦେହ କରାଯାଉଛି । ସିମୁଳିଆ ପୁଲିସ ସ୍ୱାମୀକୁ ଖୋଜିବାରେ ଲାଗି ପଡ଼ିଥିବା ଆଇଆଇସିଙ୍କ ପକ୍ଷରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking