28.1 C
Bhubaneswar
Wednesday, April 24, 2024
Homeଓଡିଶାଗଞ୍ଜାମଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ନିର୍ଘାତ ମାଡ଼

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ନିର୍ଘାତ ମାଡ଼

କବିସୂର୍ଯ୍ୟନଗର: ସରକାର କୋମଳମତି ଶିଶୁଙ୍କୁ ସ୍କୁଲ ମୁହାଁ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାଗଣାରେ ମଧ୍ୟାହ୍ନ ଭୋଜନଠାରୁ ପୋଷାକ, ଜୋତା ଏବଂ ପାଠ୍ୟ ଉପକରଣ ଯୋଗାଇ ଦେଉଛନ୍ତି । ଏପରିକି ସ୍କୁଲକୁ ସମ୍ପୂର୍ଣ୍ଣ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତିି । କୌଣସି ଶିଶୁଙ୍କୁ ବିନା ମାଡ଼ରେ ଶିକ୍ଷାଦାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ଏ. ବରିଡ଼ା ଗ୍ରାମର ଶ୍ରୀଦଧିବାମନ ନୋଡାଲ ଉଚ୍ଚବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜନୈକ ଶିକ୍ଷକଙ୍କ ନିର୍ଘାତ ବେତ ମାଡ଼ରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଭୟଭୀତ ହୋଇ ଖିଆପିଆ କରୁନଥିବା ନେଇ ଅଭିଯୋଗ ହୋଇଛିି ।

ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି ଏ. ବରିଡ଼ା ଗ୍ରାମର ଗୋପାଳ ମହାରଣା । ବୟସ ମାତ୍ର ୫ ବର୍ଷ । ପାଠ ପଢ଼ାଇଲା ବେଳେ ତାଙ୍କ ପିଠିକୁ ବେତରେ ଜୋର୍ ପ୍ରହାର କରାଯାଇଥିବା ମା’ ଉର୍ମିଳା ମହାରଣା ଅଭିଯୋଗ କରିଛନ୍ତି । ସ୍କୁଲର ଶିକ୍ଷକ ଏଭଳି ନିଷ୍ଠୁର ଭାବରେ ଛାତ୍ରକୁ ମାଡ଼ ମାରିଥିଲେ । ଏପରିକି ଶିଶୁର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପରିବାର ଲୋକଙ୍କୁ ପଚାରି ବୁଝିନଥିବା ନେଇ ଛାତ୍ରର ମା’ ଅଭିଯୋଗ କରିଛନ୍ତି । ଦଣ୍ଡମୁକ୍ତ ଅଞ୍ଚଳରେ ଏ କି ପ୍ରକାର ବର୍ବରତା ବୋଲି ସାଧାଣରେ ପ୍ରଶ୍ନ ଉଠିଛି । ପିଲାଟିର ବର୍ତ୍ତମାନ ସ୍ୱାସ୍ଥ୍ୟ ଭଲ ନଥିବା ଓ ମାନସିକ ଭାରସାମ୍ୟ ଠିକ୍ ରହୁ ନଥିବା ନେଇ ଶିଶୁର ମା’ ଅଭିଯୋଗ କରିଛନ୍ତି । ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଜଣକ ନିବେଦନ କରିଛନ୍ତି । ଏ ବିଷୟରେ ଏବିଇଓ ବିଷ୍ଣୁପ୍ରିୟା ନାୟକ ଓ ବିଇଓ ଅକ୍ଷରତିବାଳା ପଟ୍ଟନାୟକ ସୋମବାର କାର୍ଯ୍ୟ ଦିବସରେ ସ୍କୁଲକୁ ଯାଇ ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ମାଡ଼ ମାରିଥିବା ଶିକ୍ଷକଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking