41.3 C
Bhubaneswar
Friday, March 28, 2025
Homeଦେଶ ବିଦେଶଶସ୍ତା ହେବ ବିମାନ ଯାତ୍ରା

ଶସ୍ତା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଆଗାମୀ ଦିନରେ ଆପଣଙ୍କୁ ଶସ୍ତା ବିମାନ ଯାତ୍ରାର ସୁଯୋଗ ମିଳିପାରେ। ଦେଶରେ ବିମାନ ଇନ୍ଧନ ଅର୍ଥାତ ଏଟିଏଫର ମୂଲ୍ୟରେ ସୋମବାର ୧୨ ପ୍ରତିଶତ କାଟ୍ କରାଯାଇଛି। ଏହା ଏଟିଏଫ୍ରେ ଏପର‌୍ୟ୍ୟନ୍ତର ସବୁଠାରୁ ବଡ କାଟ୍ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଦ୍ଧିତ ତୈଳର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ଭିତରେ ଏଟିଏଫର ଦର ହ୍ରାସ କରାଯାଇଛି। ଦିଲ୍ଲୀରେ ଏଟିଏଫର ମୂଲ୍ୟରେ ୧୬,୨୩୨.୩୬ ଟଙ୍କା ପ୍ରତି କିଲୋଲିଟର ବା ୧୧.୭୫ ପ୍ରତିଶତ ହ୍ରାସ କରାଯାଇଛି ଓ ଏହାର ଦାମ୍ ୧୨୧,୯୧୫.୫୭ ଟଙ୍କା ପ୍ରତି କିଲୋଲିଟର ହୋଇଯାଇଛି। ଏହା ପୂର୍ବରୁ ୧୬ ଜୁଲାଇରେ ୩,୦୮୪.୯୪ ଟଙ୍କା ପ୍ରତି କିଲୋଲିଟର(୨.୨ ପ୍ରତିଶତ) ହ୍ରାସ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking