29.1 C
Bhubaneswar
Thursday, May 9, 2024
Homeଅପରାଧପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଯୋଜନା ରଚିଥିଲେ ସ୍ୱାମୀ; ଶେଷରେ କ’ଣ ହେଲା ପୁରା...

ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଯୋଜନା ରଚିଥିଲେ ସ୍ୱାମୀ; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ପାଟନା: ମିଛ ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରେମ କଲେ । ସାରା ଜୀବନ ତାଙ୍କ ସହ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି ବିବାହ କଲେ । ହେଲେ ସେହି ମିଛ ଭଲ ପାଇବା ପଛରେ ଥିଲା ପ୍ରତାରଣା । ପାହଡ଼ ଉପରେ ସେଲଫି ନେବାକୁ କହି ପତ୍ନୀଙ୍କୁ ତଳକୁ ଫିଙ୍ଗିଦେଲେ ସ୍ୱାମୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପତ୍ମୀଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲେ । ମେଡ଼ିକାଲ ଶଯ୍ୟାରେ ପଡ଼ି ସ୍ୱାମୀର କ୍ରୁରତାର କାହାଣୀ ବଖାଣିଛନ୍ତି ମହିଳା । ବିହାରର ଜାମୁଇରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିହାରର ବେଗୁସରାୟ ଜିଲ୍ଲାର ସାହେବପୁର କମଲ ଥାନା ଅନ୍ତର୍ଗତ ତର୍ବାନା ଗ୍ରାମର ନିଶା ଉକ୍ତ ଅଞ୍ଚଳର ରାଜ ରଞ୍ଜନ ମିଶ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୧୯ରେ ଦୁହେଁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ରାଜଙ୍କ କାର୍ଯ୍ୟରେ ଅନେକ ଉନ୍ନତି ଘଟିଥିଲା । ସ୍ୱାମୀଙ୍କ ସଫଳତା ଦେଖି ନିଶା ମଧ୍ୟ ବହୁତ ଖୁସିଥିଲେ । ଧୀରେଧୀରେ ରାଜଙ୍କ ଆଚରଣରେ ପରିବର୍ତ୍ତନ ଦେଖିବାକୁ ପାଇଥିଲେ ନିଶା । ରାଜ କିଣିଥିବା ନୂଆ ଗାଡିକୁ ଝାଡ଼ଖଣ୍‌ତର ଦେବଘର ନିକଟରେ ଥିବା ମନ୍ଦିରରେ ପୂଜା କରିବାକୁ ପତ୍ନୀଙ୍କୁ କହିଥିଲେ । ନିଶା ମଧ୍ୟ ଏଥିରେ ରାଜି ହୋଇ ଖୁସି ହୋଇ ଯାଇଥିଲେ ।

ହେଲେ ଖୁସି ଯେ ମାତ୍ର କ୍ଷଣିକ ପାଇଁ ଥିଲା । ନିଶା ଏବଂ ରାଜ କାର୍ ଯୋଗେ ଦେବଘର ବାହାରିଥିଲେ । ଜାତୀୟ ରାଜପଥ ନଂ ୩୩ ନିଟକରେ ଥିବା ଜାମୁଇ-ଦେବଘର ମୁଖ୍ୟ ରାସ୍ତାରେ ଗାଡ଼ି ରଖି ପାହାଡ଼ ଉପରେ ସେଲଫି ନେବାକୁ ପତ୍ନୀଙ୍କୁ କହିଥିଲେ । ସ୍ୱାମୀଙ୍କ କଥାରେ ନିଶାଙ୍କ କୌଣସି ସନ୍ଦେହ ନଥିଲା । ତେଣୁ ସେ ପାହାଡ଼ ଉପରକୁ ଚଢ଼ିବାକୁ ରାଜି ହୋଇଥିଲେ । ରାଜଙ୍କ ସହ ସେଲଫି ନେବା ପାଇଁ ଜାମୁଇର ବାଟିଆ ଘାଟିରେ ଥିବା ଏକ ପାହାଡ଼ ଉପରେ ଚଢ଼ିଥିଲେ । ଉଭୟେ ପାହାଡ଼ ଉପରକୁ ଚଢ଼ିବାକୁ ଆରମ୍ଭ କଲେ । ମାତ୍ର ପାହାଡ଼ର ଶୀର୍ଷରେ ପହଞ୍ଚିଲା ବେଳେ ନିଶାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଗଲା । ହଠାତ ପଶୁ ପାଲଟିଗଲେ ରାଜ । ପ୍ରଥମେ ନିଶାଙ୍କୁ ଚିପ୍ସ ଖାଇବାକୁ ଦେଇଥିଲେ । ଚିପ୍ସ ଖାଇ ସେ ନିଶା ଚେତାଶୂନ୍ୟ ହୋଇପଡ଼ିଲେ । ଏହାପରେ ରାଜ ପଥର ସାହାଯ୍ୟରେ ଆକ୍ରମଣ କରି ନିଶାଙ୍କ ମୁହଁ ବିକୃତ କରିବା ପାଇଁ ଚାହିଁଲେ । ପରେ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କଲେ । ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ରାଜ । ଅତି ନିଷ୍ଠୁରତାର ସହ ପାହାଡ଼ରୁ ନିଶାଙ୍କୁ ଫିଙ୍ଗି ଦେଇଥିଲେ । ପାହାଡ଼ରୁ ଖସିବା ମାତ୍ରେ ସେ ମୃତ ଭାବି ରାଜ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking