36.1 C
Bhubaneswar
Monday, May 20, 2024
Homeଓଡିଶାନିପ୍ପନ ଷ୍ଟିଲର ପୁଞ୍ଜି ନିବେଶ ପ୍ରସ୍ତାବ ପରେ ମଖ୍ୟମନ୍ତ୍ରୀ ଖୁସି

ନିପ୍ପନ ଷ୍ଟିଲର ପୁଞ୍ଜି ନିବେଶ ପ୍ରସ୍ତାବ ପରେ ମଖ୍ୟମନ୍ତ୍ରୀ ଖୁସି

ଟୋକିଓ: ନିପ୍ପନ ଷ୍ଟିଲର ପୁଞ୍ଜି ନିବେଶ ପ୍ରସ୍ତାବ ପରେ ମଖ୍ୟମନ୍ତ୍ରୀ ଖୁସି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିପ୍ପନ ଷ୍ଟିଲର ନିବେଶର ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ । ୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ । ଜାପାନରୁ ଛୁଟିବ ନିବେଶର ସୁଅ । ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଏକ ଆଲୋଚନା କରି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଜିଆରେ ଅପଲୋଡ କରିଛନ୍ତି । ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିପ୍ପନ ଷ୍ଟିଲକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ସରକାର । ନିପ୍ପନ ଷ୍ଟିଲ ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ କରିବ । ଓଡ଼ିଶାରେ ନିପ୍ପନ ଷ୍ଟିଲ ସର୍ବବୃହତ ପୁଞ୍ଜି ନିବେଶ କରିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ । ଆଜି ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଜାପାନରେ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧି ଗଣ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking