37.1 C
Bhubaneswar
Monday, May 20, 2024
Homeବିଜିନେସ୍ଭାରତରେ ମିଥ୍ୟା ଖବର ରୋକିବାକୁ ଗୁଗୁଲ୍ ଆଣୁଛି ନୂଆ ଫିଚର୍ସ

ଭାରତରେ ମିଥ୍ୟା ଖବର ରୋକିବାକୁ ଗୁଗୁଲ୍ ଆଣୁଛି ନୂଆ ଫିଚର୍ସ

ହାଇଦ୍ରାବାଦ: ବର୍ତ୍ତମାନର ପାଶ୍ଚାତ୍ୟ ଜୀବନଶୈଳୀ, ଯୋଗାଯୋଗ ମାଧ୍ୟମର ଦ୍ରୁତ ଅଭିବୃଦ୍ଧି ସମୟରେ ମିଥ୍ୟା ଖବରବା ଭୁଲ୍ ତଥ୍ୟଠାରୁ କ୍ଷତିକାରକ ଆଉ କିଛି ହୋଇନପାରେ । ଇଣ୍ଟରନେଟର ଆବିଷ୍କାର ପରଠାରୁ ସୂଚନା ପ୍ରେରଣର ମାଧ୍ୟମର ଏତେ ବୃଦ୍ଧି ଘଟିଛି ଯେ, ଖବର ପବନର ବେଗ ଭଳି ମାଡିଯାଉଛି । ଏହି ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି, ସତ୍ୟ ବା ତଥ୍ୟପୂର୍ଣ୍ଣ ସୂଚନା ପ୍ରସାରଣ କରିବା । କାହିଁକିନା ବେଳେବେଳେ ମିଥ୍ୟା ସୂଚନା ସମାଜିକ ସ୍ତରରେ କୁପ୍ରଭାବ ପକାଇପାରେ । ଏହାକୁ ଦୃଷ୍ଟିରେ ରଖି ଫ୍ୟାକ୍ଟ ସୂଚନା ପ୍ରେରଣକୁ ପ୍ରୋତ୍ସାହିତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଇଣ୍ଟରନ୍ୟାସନାର୍ ଫ୍ୟାକ୍ଟ-ଚେକିଂ ଡେ’ ବା ଅନ୍ତର୍ଜାତୀୟ ତଥ୍ୟ-ପରୀକ୍ଷଣ ଦିବସ ଭାବେ ପାଳନ କରାଯାଉଛି ।

ଲୋକଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଇଣ୍ଟରନ୍ୟାସନାଲ ଫ୍ୟାକ୍ଟ-ଚେକିଂ ନେଟୱାର୍କ ବିଶ୍ୱର ଫ୍ୟାକ୍ଟ-ଚେକିଂ ସଂସ୍ଥା ସହଭାଗିତାରେ ଅନ୍ତର୍ଜାତୀୟ ଫ୍ୟାକ୍ଟ-ଚେକିଂ ଦିବସକୁ ପ୍ରୋତ୍ସାହିତ କରିଛି । ବୃତ୍ତିଗତ ତଥ୍ୟ ଯାଞ୍ଚକାରୀମାନେ କେବଳ ମିଥ୍ୟା ତଥ୍ୟକୁ ଖଣ୍ଡନ କରିବେ ତାହା ନୁହେଁ, ପ୍ରତିଟି ବ୍ୟକ୍ତିଙ୍କୁ ଏଥିପାଇଁ ସଚେତନ ହେବାର ଆବଶ୍ୟକତା ରହିଛି । ପ୍ରଥମେ ଫ୍ୟାକ୍ଟ ଚେକିଂ କାର୍ଯ୍ୟପନ୍ଥା ଉପରେ ବିଶ୍ୱାସ କରେ । ଏହି କ୍ରମରେ ଟେକ୍ ଜଏଣ୍ଟ ଗୁଗୁଲ୍ ଭାରତରେ ଭୁଲ୍ ତଥ୍ୟ ପ୍ରସାର ଉପରେ ରୋକ୍ ଲଗାଇବା ପାଇଁ ରଣନୀତି ଆରମ୍ଭ ନେଇ ଘୋଷଣା କରିଛି । ଗୁଗୁଲ୍ ଭାରତରେ ଆଣ୍ଟି-ମିସ୍‌ଇନଫରମେସନ୍ କ୍ୟାମ୍ପେନ୍ ଲଞ୍ଚ୍ କରିଥିବା ଜଣାପଡିଛି । ଆଲଫାବେଟ୍ ମାଲିକାନା କମ୍ପାନୀ ଗୁଗୁଲ୍ କହିଛି ଯେ, ଏହାର ଉଦ୍ଦେଶ୍ୟ ହେଉଛି ସୂଚନା ସଂଗଠିତ କରିବା ଏବଂ ଏହାକୁ ବିଶ୍ୱସ୍ତରରେ ଉପଲବ୍ଧ ତଥା ଉପଯୋଗୀ କରିବା । କମ୍ପାନୀ କହିଛି ଯେ, ସଂସ୍ଥା ଉପରେ ବିଶ୍ୱାସ କରୁଥିବା, ଭରସା ଯୋଗ୍ୟ ମାଧ୍ୟମ ମାନୁଥିବା ବ୍ୟବହାରକାରୀଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ୱ । ୨୦୨୩ ରେ ଭାରତରେ ଭୁଲ୍ ତଥ୍ୟ ସର୍ବାଧିକ ପ୍ରସାର କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଆଗକୁ ରଣନୀତି ପ୍ରସ୍ତୁତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking