ରାଜସ୍ଥାନ: ରାଜସ୍ଥାନ ପାସୱାଡ଼ାର ଜଣେ ଭକ୍ତ ନିଜ ପୁଅକୁ ନେଇ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ ।କୋମାରେ ଥିବା ୮ ବର୍ଷର ପୁଅର ସୁସ୍ଥତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗତ ନଭେମ୍ବର ୮ତାରିଖରେ ଭାଇରାଲ ହୋଇଥିଲା ସିଂହଦ୍ଵାରର ଏକ ଭାବବିହ୍ୱଳ ଦୃଶ୍ୟ । ନିଜ କୁନି ପୁଅକୁ ଭଲ କରିବା ପାଇଁ ସିଂହଦ୍ଵାରରେ ଆକୁଳ ନିବେଦନ କରୁଥିଲେ ଜଣେ ବାପା । ବାପାଙ୍କ ଭକ୍ତି ଓ ଲୁହଭରା ଆକୁଳ ନିବେଦନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଥିଲା । ସେ କିଏ ,କେଉଁଠୁ ଆସିଥିଲେ କାହା ପାଖରେ ସଠିକ୍ ତଥ୍ୟ ନଥିଲେ ହେଁ ବେଶ୍ ଭାଇରାଲ ହୋଇଥିଲା ଭିଡିଓ । ରାଜସ୍ଥାନରୁ ଆସିଥିବା ସେଇ ବାପ ଜଣକ ଆଜି ପୁଣି ଥରେ ଜଗା ଦର୍ଶନ ପାଇଁ ଆସିଛନ୍ତି । ଆଉ ପୁଅ ଧୀରେ ଧୀରେ ସୁସ୍ଥ ହେଉଥିବା କହି ଭାବବିହ୍ୱଳ ହେଉଛନ୍ତି ବାପା ଜଣକ । କାଳିଆର ମହିମା ପାଇଁ କୋମାରେ ଥିବା କୁନି ପୁଅ, ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ମହାପ୍ରଭୁଙ୍କ କୃପାରୁ ଅସୁସ୍ଥ କୁନି ଭକ୍ତର ସ୍ୱାସ୍ଥ୍ୟ ଧୀରେ ଧୀରେ ଭଲ ହେବାରୁ ଆଜି ତାଙ୍କ ପିତାମାତା ମହାପ୍ରଭୁଙ୍କ ନିକଟକୁ ଆସି ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।










