29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ

ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ରାଜ୍ୟର ୧୪୨ଟି ଆସନ ପାଇଁ ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୩.୨୧ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ଏଥିପାଇଁ ୪୧,୦୦୩ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଏହିସବୁ ଆସନରେ ମୋଟ ୧୪୪୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟରେ ଭବାନୀପୁର ଆସନରେ ମତଦାନ ହେବ ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରତ୍ୟେକ ବୁଥର ମତଦାନ ପ୍ରକ୍ରିୟାକୁ ୱେବକାଷ୍ଠିଂ କରାଯାଉଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ମେ ୪ରେ ପଶ୍ଚିମବଙ୍ଗ ସହିତ ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ଏହି ଭୋଟ ଗଣତି ପୂର୍ବରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ପରେ ବୁଥ ବାହୁଡା ମତ (ଏକଜିଟ୍‌ ପୋଲ୍‌) ରିପୋର୍ଟ ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking