39.1 C
Bhubaneswar
Friday, April 26, 2024
Homeଅପରାଧବୟଫ୍ରେଣ୍ଡ ସହ ଫୋନରେ କଥା ହେବାରୁ ଝିଅର ପରିବାର ଲୋକେ କଲେ ଏଭଳି ଅତ୍ୟାଚାର....

ବୟଫ୍ରେଣ୍ଡ ସହ ଫୋନରେ କଥା ହେବାରୁ ଝିଅର ପରିବାର ଲୋକେ କଲେ ଏଭଳି ଅତ୍ୟାଚାର….

ବରେଲି: ବୟଫ୍ରେଣ୍ଡ ସହିତ କଥା ହେବାର ଦେଖି ପରିବାର ଲୋକେ ଏକ ଝିଅକୁ ଏଭଳି ଦଣ୍ଡ ଦେଇଛନ୍ତି ତାହା ଆଖିରେ ନଦେଖିଲେ କେହି ବିଶ୍ବାସ କରିବେ ନାହିଁ। ଘଟଣାଟି ଉତ୍ତରପ୍ରଦେଶର ବରେଲି ଅନ୍ତର୍ଗତ ଇଜ୍ଜତନଗର ଅଞ୍ଚଳର ଏକ ବସ୍ତିରେ ଶନିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ସ୍ଥାନୀୟ ବସ୍ତିର ଲୋକେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ୧୬ ବର୍ଷୀୟ ନାବାଳିକା ତା’ର ବୟଫ୍ରେଣ୍ଡ ସହ କଥା ହେବାର ଦେଖି ତା’ର ବାପା ଓ ପରିବାର ଲୋକ ନିସ୍ତୁକ ମାଡ ମାରି ଲହୁଲୁହାଣ କରିବା ସହ ଚୁଟି କାଟି ଦେଇଛନ୍ତି।  ତେବେ ଝିଅଟି କୌଶଳ କ୍ରମେ ଘରୁ ଖସି ଆସି ପରିବାର ଲୋକଙ୍କ ବିରୋଧ​‌ରେ ଥାନାରେ ମାମଲା ରୁଜୁ କରିଛି।

ମିଳିଥିବା ସୂଚନା ଅନୁସାରେ ଇଜ୍ଜତନଗର ଅଞ୍ଚଳରେ ଥିବା ଏକ ବସ୍ତିରେ ଗତ ଶନିବାର ଜଣେ ଝିଅକୁ ଲହୁଲୁହାର ଅବସ୍ଥାରେ ଦୌଡି ଦୌଡି ପଳାଉଥିବାର ଦେଖିବାକୁ ମିଳିଥିଲା। ଏହାପରେ କିଛି ବାଟ ଯିବା ପରେ ଝିଅଟି ରାସ୍ତାରେ ପଡି ବେହୋସ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ରହୁଥିବା ଜଣେ ସମାଜସେବୀ ମହିଳା ଝିଅଟିକୁ ଉଦ୍ଧା କରି ଥାନାକୁ ନେଇଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଝିଅଟିର ହାତ ହାଡ ଭାଙ୍ଗିଯାଇଥିବା ବେଳେ ପାଦରେ ଗଭୀର କ୍ଷତ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଝିଅଟିର ଚୁଟି ମଧ୍ୟ କାଟିଦିଆଯାଇଛି।

ଚେତାରେ ଫେରି ଝିଅଟି କହିଥିଲା, ତା’ର ବାପା ତାକୁ ହାତୁଡାରେ ପିଟି ହାତ-ପାଦ ଲହୁଲୁହାଣ କରିଦେଇଛି। ଏହାପରେ କଇଞ୍ଚିର ବାଳ କାଟି ଦେଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କୁ ମାଡ ମାରିବା ସହ ଏକ ଘର ଭିତରେ ବନ୍ଦ କରି ରଖିଥିଲେ। ସାକାଳେ ପରିବାର ଲୋକ ତାଙ୍କୁ ଜୀବନରେ ମାରି ଘର ଭିତରେ ପୋତିଦେବେ ବୋଲି ମଧ୍ୟ କଥା ହେଉଥିଲେ। ଏହା ଶୁଣିବା ପରେ ଝିଅଟି ଶୌଚଯିବାର ବାହାନା କରି ଘରୁ ଦୌଡି ଦୌଡି ବାହାରକୁ ପଳାଇ ଆସିଥିଲେ। ଝିଅଟି ମାମଲା ରୁଜୁ କରିଥିବା ବେଳେ ତା’ର ବାପା,ମା​‌ ଏବଂ ଭାଇକୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking