39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀରରେ ହେବ ଜି-୨୦ ସମିଟ୍ ବୈଠକ

ଜମ୍ମୁ-କଶ୍ମୀରରେ ହେବ ଜି-୨୦ ସମିଟ୍ ବୈଠକ

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ନେଇ ପାକିସ୍ତାନ ଚଳାଇଥିବା ଦୁଷ୍ପ୍ରଚାରର ପର୍ଦ୍ଦାଫାସ୍ କରିବା ନିମନ୍ତେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୩ରେ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଥିବା ଭାରତ ଏହାର ବୈଠକ ଜମ୍ମୁ-କଶ୍ମୀରରେ କରିବାକୁ ନିର୍ଣ୍ଣୟ ନେଇଛି । ବୈଠକରେ ୨୦ ଦେଶର ରାଷ୍ଟ୍ରାଧ୍ୟକ୍ଷ ଯୋଗଦେବେ । ଜମ୍ମୁ-କଶ୍ମୀର ପ୍ରଶାସନ ଗୁରୁବାର ବିଳମ୍ବିତ ରାତିରେ ବୈଠକର ଆୟୋଜନ ପାଇଁ ପ୍ରସ୍ତୁତି ସକାଶେ ଆବାସ ଏବଂ ସହର ବିକାଶ ବିଭାଗ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରିଛି । ସେହିପରି ମୁଖ୍ୟ ସଚିବଙ୍କୁ ବିଦେଶ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା ପାଇଁ ନୋଡାଲ୍ ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଛି। କମିଟିରେ ପରିବହନ, ପର୍ଯ୍ୟଟନ, ସଂସ୍କୃତି ଏବଂ ପ୍ରୋଟୋକଲ୍ ବିଭାଗର ଅଧିକାରୀ ସାମିଲ ଅଛନ୍ତି । ୨୦୨୨ ଡିସେମ୍ବର ୧ରୁ ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭାରତ ଜି-୨୦ର ଅଧ୍ୟକ୍ଷ ରହିବ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ପ୍ରତ୍ୟାହାର ଏବଂ ରାଜ୍ୟର ପୁନର୍ଗଠନ ପରେ ଏହା ଜମ୍ମୁ-କଶ୍ମୀରରେ ପ୍ରଥମ ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking