27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଯଶୱନ୍ତ ସିହ୍ନାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ଯଶୱନ୍ତ ସିହ୍ନାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶୱନ୍ତ ସିିହ୍ନାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି । ୮୪ ବର୍ଷୀ ଶ୍ରୀ ସିହ୍ନାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସିଆର୍‌ପିଏଫ୍‌ର ଭିଆଇପି ସୁରକ୍ଷା ୱିଙ୍ଗ୍‌କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଠରୁ ଦଶଜଣ ସଶସ୍ତ୍ର ସୁରକ୍ଷାକର୍ମୀ ଶ୍ରୀ ସିହ୍ନାଙ୍କ ସୁରକ୍ଷା କାର୍ଯ୍ୟରେ ୨୪ ଘଣ୍ଟା ରହିବେ ଏବଂ ସେ ଦେଶର ଯେକୌଣସ୍ଥି ସ୍ଥାନକୁ ଗସ୍ତ କରିବା ବେଳେ ତାଙ୍କୁ ଏସକର୍ଟ କରି ରହିବେ । ଶ୍ରୀ ସିହ୍ନା ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି । ଏହାପରେ ନିଜ ସପକ୍ଷରେ ପ୍ରଚାର ପାଇଁ ସେ ସାରା ଦେଶ ଭ୍ରମଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking