28.1 C
Bhubaneswar
Thursday, May 2, 2024
Homeଓଡିଶାଦୂର୍ଗାପୂଜା ମଣ୍ଡପରେ ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ଦୂର୍ଗାପୂଜା ମଣ୍ଡପରେ ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ଯାଜପୁର: ବିଭିନ୍ନ ଦୂର୍ଗାପୂଜା ମଣ୍ଡପରେ ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ । ଯାଜପୁର ରେ ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଧେଶ ମୂତାବକ ସମସ୍ତ ମଣ୍ଡପରେ ମାଙ୍କ ଉଚତା କେବଳ ୪ ପୁଂଟ ରହିଛି । କୋଭିଡର ସମସ୍ତ କଟକଣାକୁ କଡାକଡି କାର୍ଯ୍ୟକାରୀ କରି ପରମ୍ପରା ରକ୍ଷା କରାଯିବ ବୋଲି ପୂଜା ମଣ୍ଡପ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ମାଙ୍କ ଦେହରେ କୌଣସି ପ୍ରକାର କେମିକାଲ ରଂଗ ବ୍ୟବହାର କରାଯାଉନି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମୃଣୟୀ ଦେବୀଙ୍କ ପୂଜାର୍ଚ୍ଚନା । ଏଥିପାଇଁ ମୂର୍ତିରେ ଶେଷ ସ୍ପର୍ଷ ଦେଉଛନ୍ତି କାରିଗର । କୋରୋନା ପାଇଁ  କୌଣସି ଭକ୍ତଙ୍କୁ ମଣ୍ଡପ ଭିତରକୁ ଛଡାଯିବ ନାହିଁ,ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରିକେଟର ବ୍ୟବସ୍ଥା କରାଯିବ । ମାସ୍କ ପିନ୍ଧି କରି ଭକ୍ତ ମାନେ ମାଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷକରି କୋଭିଡ କଟକଣାକୁ ଗୁରୁତ୍ୱକୁ ଦେଖି କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ସାଜସଜାକୁ ମଧ୍ୟ ବନ୍ଦ ରଖିଛନ୍ତି ଆୟୋଜକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking