27.8 C
Bhubaneswar
Friday, April 19, 2024
Homeଓଡିଶାଅନ୍‌ଲାଇନ୍ ଶିକ୍ଷା ପାଇଁ ବାଜିରେ ଲାଗୁଛି ଜୀବନ

ଅନ୍‌ଲାଇନ୍ ଶିକ୍ଷା ପାଇଁ ବାଜିରେ ଲାଗୁଛି ଜୀବନ

ଫୁଲବାଣୀ : ଦେଶ ଓ ରାଜ୍ୟରେ କରୋନା କଟକଣା ଯୋଗୁଁ ଦୀର୍ଘ ୬ମାସ ହେଲା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଭଳି ସ୍ଥଳେ ରାଜ୍ୟ ସରକାର ଅନ୍‌ଲାଇନ୍ ଶିକ୍ଷାଦାନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବା କହୁଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏହା କେବଳ ନାମକୁ ମାତ୍ର । ସହରର କିଛି କିଛି ଛାତ୍ରଛାତ୍ରୀ ଏହି ଅନ୍‌ଲାଇନ୍ ଶିକ୍ଷାର ସୁଯୋଗ ନେଉଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହା ନାମକୁ ମାତ୍ର । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ବାଲିଗାଡ଼ା ପଞ୍ଚାୟତ । ଏହା ଏକ ଦୁର୍ଗମ ଓ ଅପହଞ୍ଚ ପଞ୍ଚାୟତ ଭାବେ ପରିଚିତ । ବିଭିନ୍ନ ମୌଳିକ ସମସ୍ୟା ମଧ୍ୟରୁ ନେଟୱାର୍କ ହେଉଛି ଆଉଏକ ସମସ୍ୟା । ପଞ୍ଚାୟତରେ ଟାୱାର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଅଞ୍ଚଳବାସୀ ଦାବି ଜଣାଇଛନ୍ତି । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଏବେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମର ଛାତ୍ରଛାତ୍ରୀ । ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପରିସ୍ଥିତିରେ ଅନ୍‌ଲାଇନ୍ ଶିକ୍ଷାଦାନ ପାଇଁ ବାଜିରେ ଲଗାଉଛନ୍ତି ଜୀବନ । ପଞ୍ଚାୟତର ଗୁମାମାହା, ଗତରବାଡ଼ି, ବହତବାଡ଼ି ଆଦି ଗ୍ରାମର ଛାତ୍ରଛାତ୍ରୀ ଏକ କିଲୋମିଟର ଦୂର କଡ଼ିପାଟା ପାହାଡ଼ ଚଢି ନେଟୱାର୍କ ଆସୁଥିବା ସ୍ଥାନରେ ପଥର ଚଟାଣ ଓ ଗଛ ଉପରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳାୟର ବାଣିଜ୍ୟ ଛାତ୍ର ରାଜ କିଶୋର ମଲିକ ଓ ଦଶମ ଶ୍ରେଣୀର ଛାତ୍ରୀ ସୁଶାନା ପ୍ରଧାନ । ଗ୍ରାମର ଅଧିକାଂଶ ହେଉଛନ୍ତି ଗରିବ ଓ ଚାଷୀ ଶ୍ରେଣୀର । ଦାମୀ ମୋବାଇଲ୍ କିଣିବା ସେମାନଙ୍କ୍ ପକ୍ଷେ ସମ୍ଭବ ହୋଇନଥିବା ବେଳେ ଏବେ ପିଲାଙ୍କ ଭବିଷ୍ୟତ ଚିନ୍ତା କରି କିଏ ଧାନ ବିକି ମୋବାଇଲ୍ କିଣିଲାଣି ତ ପୁଣି କିଏ ଛେଳି ବିକି ମୋବାଇଲ୍ କିଣିଥିବା ନଜିର ରହିଛି । ଉକ୍ତ ଗ୍ରାମର ଛାତ୍ରୀ ଗ୍ଲାଡ଼ି ପ୍ରଧାନଙ୍କ ପାଇଁ ଅଭିଭାବକ ସାମସନ୍ ପ୍ରଧାନ ଛେଳି ବିକି ମୋବାଇଲ୍ କିଣିଥିବା ବେଳେ ସେହି ମୋବାଇଲ୍‌ରେ ଏବେ ପାଢ ପଢୁଛନ୍ତି ୫ ଜଣ ଛାତ୍ରୀ । ସେହିଭଳି ଟାୱାର ବ୍ୟବସ୍ଥା ନଥିବାରୁ ଜରୁରି ପରିସ୍ଥିତିରେ ୧୦୮ କିମ୍ବା ୧୦୨ ସେବା ପାଇବାରୁ ବଞ୍ôଚତ ହେଉଛନ୍ତି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ମୌଳିକ ସମସ୍ୟା ଦୂର କରିବା ସହିତ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking