28.1 C
Bhubaneswar
Friday, April 26, 2024
Homeଅପରାଧଝିଅର କଟା ମୁଣ୍ଡ ଧରି ବାପା ପହଞ୍ଚିଲା ଥାନାରେ

ଝିଅର କଟା ମୁଣ୍ଡ ଧରି ବାପା ପହଞ୍ଚିଲା ଥାନାରେ

ହରଦୋଇ : ଉତ୍ତର ପ୍ରଦେଶର ହରଦୋଇ ଠାରେ ଏପରି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ନିଜର ୧୭ ବର୍ଷିୟ ଝିଅକୁ ହତ୍ୟା କରିଦେଇଛି । ଏହି ଘଟଣା ଗତ ବୁଧବାର ଦିନ ଘଟିଛି । ନିଜ ଝିଅର ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଥିବାରୁ ପିତା ଖୁସି ନଥିଲା ଓ ସେ ପୁଅକୁ ପସନ୍ଦ କରୁନଥିଲା ।

ହରଦୋଇ ପୋଲିସ ନିରୀକ୍ଷକ , ଅନୁରାଗ ବତ୍ସ ଗଣ ମାଧ୍ୟମକୁ କହିଛନ୍ତି ଯେ, ଆରୋପୀ ସର୍ବେଶ କୁମାରକୁ ଗିରଫ କରାଯାଇଛି ।
ପୋଲିସ ଏସପି କହିଛନ୍ତି ଯେ, ସର୍ବେଶ କୁମାର ଜଣେ ପରିବା ବିକ୍ରେତା ଅଟେ । କିଛି ଦିନ ପୁର୍ବେ ସେ ନିଜ ଝିଅକୁ ଜଣେ ବ୍ୟକ୍ତି ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା ଓ ସେ ଅଧିକ ରାଗି ଯାଇଥିଲା । ସେ ବୁଧବାର ଦିନ ଘରେ ପହଞ୍ଚିଥିଲା ଓ ନିଜ ଝିଅକୁ ମାରି ଦେଇଥିଲା ।
ଏହାପରେ ସର୍ବେଶ ନିଜ ଝିଅର କଟାମୁଣ୍ଡକୁ ହାତରେ ଧରି ଥାନାରେ ପହଞ୍ଚିଥିଲା । ଏହା ଦେଖି ସମ୍‌ସ୍ତେ ଭୟଭୀତ ହୋଇଯାଇଥିଲେ ।

ଏହି ଘଟଣାକୁ ପୋଲିସ ଆଇଜି ତଦନ୍ତ କରିବା ସହିତ ଝିଅର ବାପାକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking