40.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଭାରତ ଏହି ଟେଷ୍ଟ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଯିବାକୁ ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଫଳରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକ ଏକ ଭଲ ଲଢେଇ ଦେଖିବାକୁ ପାଇବେ ବୋଲି କୁହାଯାଉଛି । ଚତୁର୍ଥ ଟେଷ୍ଟକୁ ଭାରତ ଅତି ସହଜରେ ଜିତିଥିବାବେଳେ ପିଚ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହି ପିଚ୍‌ଟି ସ୍ପିନରଙ୍କୁ ସୁହାଉଥିବାରୁ ଉଭୟ ଦଳ ବ୍ୟାଟିଂ ଉପରେ ଫୋକସ କରୁଥିବା ଦେଖାଦେଇଛି । ଯାହାକୁ ନେଇ ଉଭୟ ଟିମ୍‌ ଜୋରଦାର ଅଭ୍ୟାସ କରିଛନ୍ତି ।  ଏ ମ୍ୟାଚ ଜିତିଲେ ବା ଡ୍ର ରଖିଲେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳିବା ଟିକେଟ ପକ୍କା । ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଅକ୍ଷର ପଟେଲଙ୍କ ଯୋଡି ପୂର୍ବ ମ୍ୟାଚରେ ଇଂଲଣ୍ଡର ୧୮ ୱିକେଟ ପୋଛି ନେଇଥିଲେ । ତେଣୁ ଏଥର ମୋଟେରାର ପିଚ୍ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଗତ ଟେଷ୍ଟଟି ଦିବାରାତ୍ର ହୋଇଥିବା ସହ ପିଙ୍କ ବଲରେ ଖେଳାଯାଇଥିବାବେଳେ ଚତୁର୍ଥ ଟେଷ୍ଟ ନାଲି ବଲରେ ଖେଳାଯିବ । ସକାଳ ୯ ଟା ୩୦ରେ ମ୍ୟାଚ୍‌ ଆରମ୍ଭ ହେବ । ସୂଚନାଥାଉକି, ୪ଟି ଟେଷ୍ଟ ବିଶିଷ୍ଟ ସିରିଜରେ ଭାରତ ରେ ଆଗୁଆ ଥିବାବେଳେ ଏହାକୁ ଜିତି ସିରିଜ୍‌ କବଜା ଲକ୍ଷ୍ୟରେ ରହିବ ।

ଭାରତୀୟ ସାମ୍ଭାବ୍ୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ ଉମେଶ ଯାଦବ

ଇଂଲଣ୍ଡ ସାମ୍ଭାବ୍ୟ ଦଳ:ଡୋମିନିକ ସିବିଲ, ଜ୍ୟାକ କ୍ରାୱଲି, ଜନି ବେୟାରଷ୍ଟୋ, ଜୋ’ ରୁଟ(ଅଧିନାୟକ), ବେନ ଷ୍ଟୋକ୍ସ, ଓଲି ପୋପ, ବେନ ଫୋକ୍ସ, ଡାମ ବେସ୍, ଜ୍ୟାକ ଲିଚ, ଜୋଫ୍ରା ଆର୍ଚର ଓ ଜେମସ ଆଣ୍ଡରସନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking