31.1 C
Bhubaneswar
Saturday, April 20, 2024
Homeଅପରାଧଜ୍ୟୋତିଷ କଥାରେ ପଡି ପୁଅ ସହ ବାପା କଲା ଏପରି ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଜ୍ୟୋତିଷ କଥାରେ ପଡି ପୁଅ ସହ ବାପା କଲା ଏପରି ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ତାମିଲନାଡୁ : ତମିଲନାଡୁର ତିରୁବରୁର ଠାରେ ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସଛିି । ଜଣେ ପିତା ନିଜ ପୁଅକୁ ଜ୍ୟୋତିଷ କଥାରେ ପଡି ଜାଳି ଦେଇଛି । ଜ୍ୟୋତିଷ ତାକୁ କହିଥିଲାଯେ , ତାଙ୍କ ପୁଅ ପାଇଁ ବାପାଙ୍କ ଜୀବନରେ ଉନ୍ନତି ଘଟୁନାହିଁ । ରାମ ନାମକ ଜଣେ ଅଟୋ ରିକ୍ସାଚାଳକ ନିଜ ଭାଗ୍ୟ ବଦଳଳାଇବା ପାଇଁ ନିଜ ୫ ବର୍ଷ ର ପୁଅ ଉପରେ ପେଟ୍ରୋଲ ଢାଳିି ତାକୁ ଜାଳି ଦେଇଛି ।

ରାମ ସବୁବେଳେ ତନ୍ତ୍ର ମନ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ଅଧିକ ବିଶ୍ୱାସ ରଖୁଥିଲା । ସେ ନିଜ ଜୀବନରେ ଭାଗ୍ୟ ପରିବର୍ତ୍ତନ କରିବାକୁ ସବୁବେଳେ ଜ୍ୟୋତିଷ ପାଖକୁ ଯାଇ ପରାମର୍ଶ ନେଉଥିଲା । ଏପରି ଜଣେ ଜ୍ୟୋତିଷ ତାକୁ ପରାମର୍ଶ ଦେଇଥିଲେ ଯେ, ରାମ ଖରାପ ଭାଗ୍ୟ ପାଇଁ ତା’ ପୁଅ ହିଁ ଦାୟୀ । କେବଳ ଏତିକି ନୁହ,ଁ ତା ପୁଅ ରାମର ଜୀବନ ପାଇଁ ବିପଦ ବୋଲି ମଧ୍ୟ କହିଥିଲେ ଓ ତାକୁ ଆଗାମୀ ୧୫ ବର୍ଷ ପାଇଁ ନିଜ ନିଜ ଠାରୁ ଦୁରରେ ରଖିବା ପାଇଁ କହିଥିଲେ ।

ଏହାପରେ ରାମ ତା’ ପୁଅକୁ ପଢିବା ପାଇଁ ସମ୍ପର୍କୀୟଙ୍କ ଘରକୁ ପଠାଇବା ପାଇଁ ଦିଷ୍ପତି ନେଇଥିଲା । ଏହି କଥାକୁ ନେଇ ରାମ ଓ ତା’ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଗତ ସୋମବାର ଦିନ ରାମ ମଦ ପିଇ ଘରକୁ ଆସିଥିଲା । ଏହାପରେ ପୁଣି ଥରେ ପତ୍ନୀଙ୍କ ସହ ଝଗଡା କରିଥିଲା । ଏହି ଝଗଡା ଅଧିକ ବଢଯିିବାରୁ ରାମ ରାଗିଯାଇ ପେଟ୍ରୋଲ ଢାଳି ନିଜ ୫ ବର୍ଷର ପୁଅକୁ ଜାଳି ଦେଇଥିଲା । ଏହପରେ ଅଧା ଜଳି ଯାଇଥିବା ପୁଅକୁ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ତା’ର ମୃତ୍ୟୁ ହୋଇଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking