ପାଟନା: ବିହାରରେ ଏବେ ଅପରାଧୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବିହାରର ବିଭିନ୍ନ ଜିଲ୍ଲାରେ କିଛି ଦିନ ଧରି ଘଟିଥିବା ହତ୍ୟାକାଣ୍ଡ ହିଁ ପ୍ରମାଣିତ କରୁଛି ଯେ ଏବେ ଅପରାଧୀମାନେ ଖୁଲମଖୁଲା ଭାବେ ଅପରାଧ କରୁଛନ୍ତି । ଗତକାଲି ମଧୁବାନୀରେ ଅପରାଧୀମାନେ ଜଣେ ଡାକ୍ତରଙ୍କୁ ହତ୍ୟା କରିଛନ୍ତି । ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଏହି ଘଟଣା ଘଟିଛି । ମୃତକଙ୍କ ନାମ ଡାକ୍ତର ସୁନୀଲ ଝା(୨୮) ବୋଲି ଜଣାପଡିଛି । ତେବେ ଗୁଳି ଚଳାଇବା ପରେ ଗ୍ରାମବାସୀ ତାଙ୍କୁ ବେନିପାଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଏଠାରୁ ଡାକ୍ତରମାନେ ତାଙ୍କୁ ତେବେ ରାତି ୨ରୁ ୨.୩୦ ମଧ୍ୟରେ ଦରଭଙ୍ଗାଠାରେ ଚିକିତ୍ସା ସମୟରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ ଏହି ଘଟଣା ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୦ ଟା ସମୟରେ ଘଟିଥିଲା । ମାଲହମୋଦ-ଉଚାଇଥ ମୁଖ୍ୟ ରାସ୍ତାରୁ ଜାଗାଟ ଗ୍ରାମକୁ ଯାଉଥିବାବେଳେ ନିଛାଟିଆ ରାସ୍ତାରେ ଏହା ଘଟିଥିଲା । ଅପରାଧୀମାନେ ଗୁଳି ଚଳାଇବା ପରେ ଡାକ୍ତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ପୁଲିସ ଘଟଣାସ୍ଥଳରୁ ଆପାଚେ ବାଇକ୍ ଏବଂ ଜୀବନ୍ତ ଗୁଳି ଜବତ କରିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।