42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକଳହ ନେଲା ଉଗ୍ରରୂପ; ସ୍ତ୍ରୀ ଓ ୨ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରି ଜୀବନ...

କଳହ ନେଲା ଉଗ୍ରରୂପ; ସ୍ତ୍ରୀ ଓ ୨ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରି ଜୀବନ ହାରିଲେ ସ୍ବାମୀ

ଲକ୍ଷ୍ମୌ: ପାରିବାରିକ କଳହର କରୁଣ ପରିଣତି । ନିଜ ୨ ପିଲା ଓ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଜୀବନ ହାରିଲା ସ୍ବାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ । ଦୀର୍ଘଦିନ ଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିରହୁଥିଲା । ଗତ ରବିବାର ରାତିରେ ଏହା ଉଗ୍ର ରୂପ ନେଇଥିଲା । ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି ପୋଲିସ । ଯେଉଁଥିରେ ହତ୍ୟାର କାରଣ ଉଲ୍ଲେଖ ରହିଥିବା ସୂଚନା ରହିଛି ।

ଉତ୍ତରପ୍ରଦେଶର ବଲିୟା ଜିଲ୍ଲା ଅନ୍ତର୍ଗତ ବାନ୍ସଡିହ କୋତବାଲି ଅନ୍ତର୍ଗତ ଦେବଡିହୀ ଗ୍ରାମରୁ ଏକ ହୃଦୟ ବିଦାରକ ଘଟଣା ଘଟିଛି । ରବିବାର ରାତି ପାଖାପାଖି ୧୧ଟା ସୁଦ୍ଧା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଘର ନିକଟରେ ଥିବା ବଗିଚାରୁ ଉଦ୍ଧାର ହୋଇଥିଲା । ଜଣେ ମହିଳା ଓ ୨ ଜଣ ଶିଶୁଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ ବଗିଚାରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଆଉ ମଧ୍ୟ ବଗିଚା ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ର ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଦେବଡିହ ଗ୍ରାମର ମୋହନ ରାମଙ୍କ ପୁଅ ଶ୍ରବଣ ରାମ କିଛି ବର୍ଷ ତଳେ ଶଶିକଳାଙ୍କୁ ବିବାହ କରିଥିଲେ । ସେମାନଙ୍କ ୭ ବର୍ଷୀୟ ସୂର୍ଯ୍ୟ ଓ ୪ ମାସର ମିଟୁ ୨ଟି ପୁଅ ମଧ୍ୟ ହୋଇଥିଲା । ତେବେ ୨ ଜଣଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗିରହିଥିଲା । ଯେଉଁଥିପାଇଁ ଶଶିକଳା ସ୍ବାମୀଙ୍କ ଘର ଛାଡି ନିଜ ବାପା ମାଆଙ୍କ ପାଖରେ ରହୁଥିଲେ । ତେବେ କିଛି ସପ୍ତାହ ତଳେ ସେ ପୁଣି ସ୍ବାମୀଙ୍କ ଘରକୁ ଆସିଥିଲେ ।

ତେବେ ରବିବାର ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିବା ବେଳେ ଶ୍ରବଣ ନିଜ ସ୍ତ୍ରୀ ଶଶିକଳାଙ୍କୁ ମାରପିଟ କରୁଥିବା ନେଇ ଶଶିକଳାଙ୍କ ବାପ ଘର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଘର ମଧ୍ୟରେ କାହାକୁ ପାଇନଥିଲା । ଏହା ପରେ ଘର ପାଖରେ ଥିବା ଏକ ବଗିଚାରୁ ରକ୍ତାକ୍ତ ଅବସ୍ଥାରେ ୩ ଜଣଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଶ୍ରବଣ ରାମଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଅନ୍ୟପଟେ ଶ୍ରବଣ ରାମଙ୍କ ପକେଟରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଉଦ୍ଧାର କରିଛି ପୋଲିସ । ଯେଉଁଥିରେ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଶ୍ରବଣ । ତେବେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking