37.4 C
Bhubaneswar
Friday, June 12, 2026
Homeଓଡିଶାଏମ୍ସ ଆଉଟସୋର୍ସିଂ କର୍ମଚାରୀଙ୍କ ହଟିଲା ଧାରଣା

ଏମ୍ସ ଆଉଟସୋର୍ସିଂ କର୍ମଚାରୀଙ୍କ ହଟିଲା ଧାରଣା

ଭୁବନେଶ୍ୱର : ଦୀର୍ଘ ଦିନ ଧରି ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଭୁବନେଶ୍ୱର ସମ୍ମୁଖରେ ଧାରଣାରେ ବସିଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଶେଷ ହୋଇଛି । ଏମ୍ସ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ କର୍ମଚାରୀମାନେ ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । ନିର୍ଦ୍ଦେଶକଙ୍କ ପକ୍ଷରୁ ଆଜି ସନ୍ଧ୍ୟା ସୁଦ୍ଧା ବକେୟା ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ମାସ ଧରି ଦରମା ନପାଇ ଏମ୍ସରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ପରିବାର ଚଳାଇବା, ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ସହ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା ।

ବାରମ୍ବାର ଦାବି ସତ୍ତ୍ୱେ ଦରମା ପ୍ରଦାନ ନହେବାରୁ ସେମାନେ ଏମ୍ସର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଧାରଣା ଦେଇଥିଲେ । କର୍ମଚାରୀଙ୍କ ଧାରଣା ଯୋଗୁଁ ଏମ୍ସ ପରିସରରେ ଚର୍ଚ୍ଚା ବଢ଼ିଥିବା ବେଳେ ଏମ୍ସ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇଥିଲା । ପରେ ନିର୍ଦ୍ଦେଶକଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲା । ଆଲୋଚନାବେଳେ ଦରମା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିବା ଏବଂ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ କର୍ମଚାରୀଙ୍କ ଖାତାକୁ ଦରମା ଜମା ହେବ ବୋଲି ଆଶ୍ୱାସନା ଦିଆଯାଇଥିଲା । ଏହି ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ତେବେ ସମୟ ମଧ୍ୟରେ ଦରମା ନମିଳିଲେ ପୁଣିଥରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking