30 C
Bhubaneswar
Wednesday, July 8, 2026
Homeଅପରାଧନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ମାମଲାରେ କେନ୍ଦୁଝର ଅଦାଲତ ଜଣେ ଅଭିଯୁକ୍ତଙ୍କୁ ୧୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୭ ହଜାର ଟଙ୍କା ଜରିମାନା କରିଛନ୍ତି। କେନ୍ଦୁଝର ସଦର ଥାନା ମାମଲା ନଂ. ୬୬୦/୨୦୨୪ ରେ ରୁଜୁ ହୋଇଥିବା ଏହି ମାମଲାରେ ଝୁମ୍ପୁରା ଥାନା ଅଧୀନ ଝୁମ୍ପୁରା ମେଡିକାଲ କଲୋନୀର ବାସିନ୍ଦା ଶିବ ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କେନ୍ଦୁଝର ସଦର ଥାନାର ସବ୍-ଇନ୍ସପେକ୍ଟର ସୁସ୍ମିତା ହୋରୋ ଏହି ମାମଲାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ପ୍ରମାଣ ଆଧାରରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୭ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଏବଂ ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking