32.1 C
Bhubaneswar
Monday, April 29, 2024
Homeଦେଶ ବିଦେଶବସଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡିଗଲା ବସ୍‌; ୫ ମୃତ, ୬ ଗୁରୁତର

ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡିଗଲା ବସ୍‌; ୫ ମୃତ, ୬ ଗୁରୁତର

ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବସଷ୍ଟାଣ୍ଡରେ କିଛି ଯାତ୍ରୀ ଛିଡା ହୋଇଥିବା ବେଳେ ଗୋଟିଏ ବସ୍ ସେମାନଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଗାନ୍ଧୀନଗର ଜିଲ୍ଲା କଲୋଲ ସହରର ଏକ ବସଷ୍ଟାଣ୍ଡରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବସ୍ ମଧ୍ୟରେ ଦୁର୍ଘଟଣା ପରେ ଗୋଟିଏ ବସ୍ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡି ଯାଇଛି । ସ୍ଥାନୀୟ ଏକ ବସଷ୍ଟାଣ୍ଡରେ କେତେକ ଯାତ୍ରୀ ବସ୍ ଅପେକ୍ଷାରେ ଛିଡା ହୋଇଥିଲେ । ବସଷ୍ଟାଣ୍ଡରେ ଗୋଟିଏ ରାଜ୍ୟ ପରିବହନ ବସ୍ ଛିଡା ହୋଇଥିଲା ।

ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଗୋଟିଏ ଘରୋଇ ବସ୍ ସରକାରୀ ବସକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ବସଟି ଆଗକୁ ଘୋଷାଡି ହୋଇ ସାମ୍ନାରେ ଛିଡା ହୋଇଥିବା ଯାତ୍ରୀମାନଙ୍କ ଉପରେ ମାଡି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ସ୍ଥାନୀୟ କଲୋଲ ବିଧାୟକ ବାକାଜୀ ଠାକୁର ଏବଂ ଡିଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଧାୟକ ଜଣାଇଛନ୍ତି ଯେ, ଦୁର୍ଘଟଣାରେ ଏବେସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲ ନିଆଯାଇଛି । ତେବେ ଅନେକ ଆହତଙ୍କ ଅବସ୍ଥା ସାଂଘାତିକ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking