28.1 C
Bhubaneswar
Tuesday, May 14, 2024
Homeଅପରାଧବିବାହ ପାଇଁ ମନା କଲା ପ୍ରେମିକା; ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ....

ବିବାହ ପାଇଁ ମନା କଲା ପ୍ରେମିକା; ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ମୁମ୍ବାଇ: ବିବାହିତ ହୋଇ ବି ପ୍ରେମିକ ସହ ରଖିଥିଲେ ଅନୈତିକ ସମ୍ପର୍କ । କିନ୍ତୁ ବିବାହ ପାଇଁ ପ୍ରେମିକକୁ ମନା କିରଦେଲା ପ୍ରେମିକା । ରାଗରେ ଜର୍ଜରିତ ହୋଇ ଅମାନବୀୟ କାଣ୍ଡ ଘଟାଇଲା ପ୍ରେମିକ । ପ୍ରେମିକାର ଶିଶୁପୁତ୍ରକୁ ଫୁଟୁଥିବା ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ । ଶିଶୁଟିର ମୃତ୍‌ଯୁ ହୋଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମହାରାଷ୍ଟ୍ରର ପୁଣେ ସହରରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଅଭିଯୁକ୍ତ ଜଣଙ୍କ ହେଉଛି ଖେଡ ଅଞ୍ଚଳର ବିକ୍ରମ ସହରଦ କୋଲକେର । ଏନେଇ ପୋଲିସ କହିଛି, “ମୃତ ଶିଶୁପୁତ୍ରର ମାଆ ଏନେଇ ଥାନାରେ ଅଭଇଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି । ମୃତ ଶିଶୁର ମାଆ ସହିତ ଅଭିଯୁକ୍ତର ଅନୈତିକ ସମ୍ପର୍କ ରହିଥିଲା। ସୂଚନା ଅନୁଯାୟୀ, ଏପ୍ରିଲ ୬ ତାରିଖ ଦିନ ସକାଳ ସମୟରେ ଏପରି ଅଘଟଣ ଘଟିଥିଲା ।

ହଠାତ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଘରକୁ ଆସି ତାଙ୍କ ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ଦେଇଥିଲା । ଏହି ସମୟରେ ଶିଶୁଟିର ମାଆ ଘର ବାହାରେ କାମ କରୁଥିଲେ । ପୁଅର ଚିତ୍କାର ଶୁଣିବା ପରେ ଘଟଣା ସ୍ଥଳରେ ମହିଳା ଜଣଙ୍କ ପହଞ୍ଚି ପୁଅକୁ ଉଦ୍ଧାର କରିଥିଲେ । ଏହାପରେ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ପୁଅକୁ ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ୧୫ ଦିନ ଧରି ଚିକିତ୍ସା ଚାଲିବା ପରେ ଶିଶୁଟି ଆଖି ବୁଜିଛି । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଛାଡି ପୁଅ ସହ ଏକୁଟିଆ ରହୁଥିଲେ । ଏହି ସମୟରେ ବହୁ ବାର ଅଭିଯୁକ୍ତ ଜଣଙ୍କ ତାଙ୍କ ଘରକୁ ଯାଆସ କରେ । ଅନୈତିକ ସମ୍ପର୍କ ରଖିବା ସହ ବିବାହ କରିବାକୁ ମହିଳା ଜଣଙ୍କୁ କହିଥିଲା ଅଭିଯୁକ୍ତ । କିନ୍ତୁ ଏଥିରେ ସେ ରାଜି ନହେବାରୁ ରାଗରେ ତାଙ୍କ ପୁଅକୁ ସେ ଗରମ ପାଣିରେ ବୁଡାଇ ହତ୍ୟା କରିଥିଲେ । ମହିଳାଙ୍କ ଅଭିଯୋଗ ଆନୁଯାୟୀ, ମୋତେ ବିକ୍ରମ ବିବାହ କରିବାକୁ କହିବାରୁ ମୁଁ ମନା କରିଦେଇଥିଲି । ଏହାପରେ ସେ ମୋତେ ଓ ମୋ ଭଉଣୀଙ୍କୁ ହତ୍ୟା ଧମକ ଦେଇଥିଲା । ଏହି କାରଣରୁ ସେ ମୋ ପୁଅକୁ ଗରମ ପାଣିରେ ବୁଡାଇ ହତ୍ୟା କରିଥାଇପାରେ । ଅଭିଯୁକ୍ତ ବର୍ତ୍ତମାନ ପୋଲିସ ହେପାଜତରେ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking