35.3 C
Bhubaneswar
Thursday, April 16, 2026
Homeଓଡିଶା ୩ ନାବାଳିକାଙ୍କ ସଲିଳ ସମାଧି

 ୩ ନାବାଳିକାଙ୍କ ସଲିଳ ସମାଧି

ଉମରକୋଟ : ପୋଖରୀରେ ବୁଡି ଚାଲିଗଲା ତିନି ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏହି ଦୁଃଖଦ ଘଟଣା । ଖବର ଅନୁଯାୟୀ, କୁର୍ସି ଗାଁରେ ରାଜମନ ଗଣ୍ଡଙ୍କୁ ଦୁଇ ଝିଅ ଏବଂ ବାଲସାଇ ଗଣ୍ଡଙ୍କ ଗୋଟିଏ ଝିଅ ସାଙ୍ଗ ହୋଇ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୁରୁବାର ମଧ୍ୟାହ୍ନ ସମୟରେ ଗାଧୋଉଥିବା ବେଳେ ହଠାତ ଘଟିଲା ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ତୁନି ଜଣ ବୁଡିଯାଇଥିଲେ । ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି । ସେପଟେ ତିନି ନାବାଳିକାଙ୍କ ମୃତ୍ୟୁ ଖବର ପାଇଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦବୋବାଳିରେ  ଫାଟି ପଡୁଛି ଦୁଇ ପରିବାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking