କଟକ: କଟକର ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ ୩ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ମାଷ୍ଟରମାଇଣ୍ଡକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ବିଞ୍ଝାରପୁର ଥାନା କଲ୍ୟାଣପୁର ଅଞ୍ଚଳର ସତ୍ୟବ୍ରତ ପରିଡା । ପୁଲିସ ତାକୁ ଯାଜପୁର ରୋଡ ରେଳଷ୍ଟେସନ ନିକଟରୁ ବୁଧବାର ଗିରଫ କରିଛି । ଏହି ମାମଲାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ହୋଇଯାଇଛନ୍ତି । ପୁଲିସରେ ଆଉ ଏକ ଟିମ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି । ନାବାଳିକା ଛାତ୍ରୀ ଜଣକ କଟକରେ ଏକ କଲେଜରେ ଯୁକ୍ତ ୩ ପଢୁଛନ୍ତି । ଫେବୃଆରୀରେ ସତ୍ୟବ୍ରତ ଏକ ବାଇକରେ ଛାତ୍ରୀଙ୍କୁ କଟକରୁ ଅପହରଣ କରି ପୁରୀ ନେଇଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ଅନ୍ୟ ତିନି ଜଣ ବନ୍ଧୁ ମଧ୍ୟ ଥିଲେ । ଦୁଇଟି ବାଇକରେ ଏମାନେ ପୁରୀ ଯାଇଥିଲେ । ସେମାନେ ସମସ୍ତେ ବି ବିଞ୍ଝାରପୁର ଅଞ୍ଚଳର ବାସିନ୍ଦା । ପୁରୀରେ ପହଞ୍ଚିବା ପରେ ଏକ ହୋଟେଲରେ ସମସ୍ତେ ରହିଥିଲେ । ସେଠାରେ ନାବାଳିକାଙ୍କୁ ଅଟକ ରଖି ଖାଦ୍ୟ ଓ ପାନୀୟ ଦେଇଥିଲେ ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡିଥିଲେ ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନି ଜଣ ବନ୍ଧୁ ଏହି ନାବାଳିକାଙ୍କୁ ହୋଟେଲ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ଥାନାରେ ମାମଲା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଉ ୩ ଜଣଙ୍କୁ ଖୋଜୁଛି ପୋଲିସ ।










