28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନାଵାଳିକା କାନ୍ଧରେ ପରିଵାରର ଵୋଝ

ନାଵାଳିକା କାନ୍ଧରେ ପରିଵାରର ଵୋଝ

ଉଦଳା : ଵେଟି ପଢାଅ ଵେଟି ଵଞ୍ଚାଅ ଅଭିଯାନ କେତେ ସଫଳ, ସରକାରୀ ଯୋଜନାର ସଫଳ ରୂପାୟନ ନା ସ୍ଲୋଗାନ ରେ ସିମିତ ତାର ଏକ ନିଛୁକ ଉଦାହରଣ କୁ କ୍ଯାମେରାରେ କଏଦ କରିଥିଲା ଓଡିଶା ନ୍ଯୁଜ ଏଜେନ୍ସି ଟିମ ।
ଉଦଳା ଵ୍ଲକ ନୂଆ ଗାଁ ର ଵନାସିଂ,ଦୁସ୍ଥ,ଗରୀଵ ହୋଇଥିଲେ ଵି ମୁଲ ଲାଗି ୫ ପ୍ରାଣି କୁଟୁମ୍ବ ପୋଷଣ କରୁଥିଲେ,୫୨ଵର୍ଷ ଵୟସରେ ରାଜଯକ୍ଷ୍ମା ରୋଗରେ ପିଡିତ ହୋଇ ଶଯ୍ୟା ଶାୟି ହେଲେ,ଵିଚରା ସ୍ତ୍ରୀ ଘରୁଗୋଡ କାଢି ପରଦୁଆରେ ମୁଲ ଲାଗି କୁଟୁମ୍ବ ପୋଷିଵାକୁ ଵାଧ୍ୟ ହେଲେ,ଆଶାଥିଲା ଵଡଝିଅ ସରସ୍ୱତୀ ପାଠପଢି ଚାକିରୀ କରି ପରିଵାର ସମ୍ଭାଳିବ ,କିନ୍ତୁ ଦଇଵ ଦାଉ ସାଧିଲା,ଜୁନମାସ ଝଡ ଵର୍ଷା ରେ ଘରଭାଙ୍ଗି କାନ୍ଥପଡି ଗୋଡ ଭାଙ୍ଗି ଗଲା,ପଡିଶାଙ୍କ ସହାୟତା ରେ ବାରିପଦା ଜିଲ୍ଲା ଚିକିତ୍ସାଳୟ ରେ ଚିକିତ୍ସିତ ହେଲେ,ଅପରେସନ ପାଇଁ କଟକ ମେଡିକାଲ କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ।ଦେଲେ,ହେଲେ ଅର୍ଥ ଵାଧକ ହେଵାରୁ ଯାଇପାରୁନାହାଁନ୍ତି ଏପଟେ ପରିଵାର ମୁହଁରେ ଦାନା ଦେଵାକୁ ପୋଥିରେ ଡୋରି ଵାନ୍ଧିଲା ଵଡଝିଅ ସରସ୍ଵତୀ ।

ରାତି ପାହିଲେ ସାନ ଭାଇ ଭଉଣୀ ଙ୍କ ଯତ୍ନ ନେଵା,ଵାପା ମାଙ୍କ ସେଵାକରିଵା,ରୋଷେଇ କରି ପରିବାର ଙ୍କୁ ଖାଇଵାକୁ ଦେଈ ନିଜେ ଖାଇ ୯ଟା ଵେଳକୁ କାମ ପାଇଁ ଵାହାରି ଯାଏ ସରସ୍ବତୀ ।

କାମରୁ ଛୁଟିହୋଇ ଯାହା ମଜୁରୀ ଆଣେ ସେଥିରେ ୫ ପ୍ରାଣୀ କୁଟୁମ୍ବ ଓଳିଏ ଖାଇଲେ ଓଳିଏ ଉପାସ ରହନ୍ତି । ସରସ୍ବତୀ ର ଵି ଇଛା ଥିଲା,ଅନ୍ଯ ମାନଙ୍କ ଭଳି ପାଠପଢି ଚାକିରୀ କରି ପରିଵାର ପ୍ରତିପୋଷଣ କରିଵ । ସେ ଆଶା ସ୍ଵପ୍ନ ହୋଇଗଲା,୧୫ଵର୍ଷ ଵୟସରେ ୯ମ ଶ୍ରେଣୀ ରୁ ପଢ଼ା ଵନ୍ଦ ହୋଇଗଲା ।

ଵର୍ତ୍ତମାନ ସୁଦ୍ଧା କୈଣସି ସରକାରୀ ସହାୟତା ମିଳିନାହିଁ । ଶୀତ ଦିନ,ଶୀତ ଵସ୍ତ୍ର ମଧ୍ୟ ନାହିଁ, ଘରନାହିଁ, ଭତ୍ତା ନାହିଁ, ରାସନ ମଧ୍ୟ ନାହିଁ, ସରକାର, ପ୍ରସାଶକ,ବଦାନ୍ୟ ବ୍ୟକ୍ତି , ଯିଏ ପାରୁଛନ୍ତି ସହାୟତା ଯୋଗାଇ ଦେବାକୁ ପରିବାର ସହ ଗ୍ରାମବାସୀ ନିଵେଦନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking