31.1 C
Bhubaneswar
Tuesday, May 7, 2024
Homeଅପରାଧପ୍ରେମିକାକୁ ମାରି ନଦୀରେ ମୁଣ୍ଡ ଫିଙ୍ଗିଲା ପ୍ରେମିକ ଆଉ ତାପରେ ହେଲା କିଛି ଏପରି....

ପ୍ରେମିକାକୁ ମାରି ନଦୀରେ ମୁଣ୍ଡ ଫିଙ୍ଗିଲା ପ୍ରେମିକ ଆଉ ତାପରେ ହେଲା କିଛି ଏପରି….

ହାଇଦ୍ରାବାଦପୁଣି ରକ୍ତରେ ଭିଜିଲା ପ୍ରେମ । ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ । ମୁଣ୍ଡକୁ କାଟି ନଦୀରେ ଫିଙ୍ଗିଲା । ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମନରୁ ଲିଭି ନଥିବାବେଳେ ଏଭଳି ଆଉ ଏକ ନିର୍ମମ ହତ୍ୟା ଘଟିଛି ହାଇଦ୍ରାବାଦ ସହରରେ । ଜଣେ ବ୍ୟକ୍ତି ନିଜର ଗର୍ଲଫ୍ରେଣ୍ଡକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିପକାଇଛି ।

ମୁଣ୍ଡକୁ ନେଇ ନଦୀରେ ଫିଙ୍ଗିଥିବା ବେଳେ ଶରୀରର ଅନ୍ୟ ଅଂଶଗୁଡିକୁ ନିଜ ଫ୍ରିଜରେ ଲୁଚାଇ ରଖିଥିଲା । ନଦୀରୁ କଟା ମୁଣ୍ଡା ମିଳିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମୃତ ମହିଳା ୫୫ ବର୍ଷୀୟା ଏରମ ଅନୁରାଧା ରେଡ୍ଡି । ଘର ହାଇଦ୍ରାବାଦର ଦିଲସୁଖନଗରରେ ଏବଂ ସେ ସ୍ଥାନୀୟ ଏକ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଗତ ୧୭ ତାରିଖରେ ମଲକପେଟ ଥାନା ଅନ୍ତର୍ଗତ ଥିଗଲାଗୁଡା ମୁସି ନଦୀ କୂଳରୁ ତାଙ୍କର କଟା ମୁଣ୍ଡ ମିଳିଥିଲା ।

ଜଣେ ସଫେଇ କର୍ମଚାରୀ ନଦୀ ଆଡକୁ ଯାଇଥିବା ବେଳେ ଅଳିଆ ଗଦାରେ ଏକ କଳା ବ୍ୟାଗରେ ମହିଳାଙ୍କ ମୁଣ୍ଡ ପିଙ୍ଗା ଯାଇଥିବାର ଦେଖିଥିଲେ । ପୋଲିସ ଛାନଭିନ କରି ମୃତକଙ୍କ ପରିଚୟ ଜାଣିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଛି ଯେ, ମହିଳାଙ୍କ ପ୍ରେମିକ ତଥା ତାଙ୍କର ଘର ମାଲିକ ୪୮ ବର୍ଷୀୟ ଚନ୍ଦ୍ରମୋହନ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking