19.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶବାପା, ମା’ ଓ ଭଉଣୀକୁ ମାରି ମନଗଢା କାହାଣୀ ରଚିଥିଲା ପୁଅ; ଶେଷରେ କ’ଣ ହେଲା...

ବାପା, ମା’ ଓ ଭଉଣୀକୁ ମାରି ମନଗଢା କାହାଣୀ ରଚିଥିଲା ପୁଅ; ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସରାୟ ଅଞ୍ଚଳ ଦେବାଲିରେ ଟ୍ରିପଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଘରର ପୁଅ । ବୁଧବାର ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପୋଲିସ ଦୀର୍ଘ ପଚରା ଉପଚରା ପରେ ପୁଅକୁ ଜେରା କରିବାରୁ ସବୁ କଥା ଉଗାଳିଛି । ପୋଲିସ ମୁତାବକ, ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ରହୁଥିବା ରାଜେଶ କୁମାର (୫୩) ଓ କୋମଲ(୪୭) ଝିଅ କବିତା(୨୩)କୁ ଗତକାଲି ଘରେ ହତ୍ୟା କରାଯାଇଥିଲା । ବୁଧବାର ରାଜେଶ ଓ କବିତାଙ୍କର ବିବାହ ବାର୍ଷିକ ଥିଲା । ପୁଅ ସକାଳୁ ଜିମରୁ ଫେରି ସାହି ପଡିଶାଙ୍କୁ ତା ବାପା, ମାଆ ଓ ଭଉଣୀକୁ କେହି ହତ୍ୟା କରିଥିବା କହିଥିଲା । ପୋଲିସ ଘଟଣାରେ ଲୁଟପାଟ ନେଇ ସନ୍ଦେହ କରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା । କିନ୍ତୁ ତାଙ୍କ ଘରକୁ ବାହାରର କେହି ଆସିନଥିବା ଦେଖିବାକୁ ମିଳି ନ ଥିଲା । ତେଣୁ ପୁଅ ଉପରେ ସନ୍ଦେହ ହୋଇଥିଲା । ଅଭିଯୁକ୍ତ ପୁଅକୁ ନେଇ ଜେରା କରିବା ବେଳେ ସେ ପ୍ରଥମେ ମନଗଢା କାହାଣୀ କହିଥିଲା ।

ସକାଳୁ ମର୍ନିଂ ୱାର୍କ ଓ ଜିମରେ ବ୍ୟାୟାମ ପରେ ଘରକୁ ଫେରି ପରିବାର ଲୋକଙ୍କ ମୃତଦେହ ଦେଖିବାକୁ ପାଇଥିବା କହିଥିଲା । କିନ୍ତୁ ପୋଲିସ ପୁଅକୁ ଗୁଡେଇ ତୁଡେଇ ପ୍ରଶ୍ନ କରିବା ପରେ ଅଭିଯୁକ୍ତର ଉତ୍ତରରେ ତାଳମେଳ ରହିନଥିଲା । ଏହାପର ସବୁ ସତ ଓଗାଳିଥିଲା ପୁଅ । ଅଭିଯୁକ୍ତ ମୁତାବକ ତାର ବାପା ଓ ମାଆ ଭଉଣୀକୁ ଅଧିକ ଭଲପାଉଥିଲେ । ଯାହା ତାକୁ ଅସହ୍ୟ ହେଉଥିଲା । ସେମାନେ ଝିଅ ନାଁରେ ସମ୍ପତି କରିଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ସେ ସେମାନଙ୍କୁ ନିଜ ରାସ୍ତାରୁ ହଟେଇବାକୁ ବିବାହ ବାର୍ଷିକ ଦିନକୁ ବାଛିଥିଲା । ୫ଟା ପୂର୍ବରୁ ସମସ୍ତଙ୍କୁ ହତ୍ୟା କରିବା ପରେ ସେ ମର୍ନିଂ ୱାକରେ ଚାଲିଯାଇଥିଲା । ମର୍ନିଂ ୱାକରୁ ଆସି ଘରେ କେହି ପଶି ହତ୍ୟା କରିଥିବା ମନଗଢା କାହାଣୀ କହିଥିଲା । ପୋଲିସକୁ ଫୋନ କରି ମର୍ଡର ବିଷୟରେ କହିଥିଲା । ପୋଲିସ ସବୁ ସତ ଜାଣିବା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଅର୍ଜୁନ(୨୦) ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢୁଛି । ସେ ଅନେକ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ମଧ୍ୟ ଜିତିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking