25.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶ୧୫ ଜୀବନ ନେଲା ‘ବ୍ଲିଡିଙ୍ଗ୍ ଆଇ’ ଭାଇରସ୍‌

୧୫ ଜୀବନ ନେଲା ‘ବ୍ଲିଡିଙ୍ଗ୍ ଆଇ’ ଭାଇରସ୍‌

ନୂଆଦିଲ୍ଲୀ: ଆଫ୍ରିକା ସହ ପ୍ରାୟ ୧୭ଟି ଦେଶରେ ବ୍ୟାପିଛି ଘାତକ ‘ମାରବର୍ଗ’ ଭାଇରସ୍ । ଏହାକୁ ‘ବ୍ଲିଡିଙ୍ଗ୍ ଆଇ’ ମଧ୍ୟ କୁହାଯାଉଛି । ଖବର ରହିଛି କି, ଏହି ସଂକ୍ରମଣରେ ରୱାଣ୍ଡାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଶହ ଶହ ଲୋକ ଆକ୍ରାନ୍ତ ହୋଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ପ୍ରଭାବିତ ଦେଶଗୁଡ଼ିକୁ ଯାଉଥିବା ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଚେତାବନୀ ଦିଆଯାଉଛି । ଏହି ଭାଇରସରେ ସଂକ୍ରମିତ ହେଲେ ନାକ, ଆଖି ସମେତ ଶରୀରର ଅନେକ ସ୍ଥାନରୁ ରକ୍ତସ୍ରାବ ହୋଇଥାଏ । ଏକ ରିପୋର୍ଟ ଅନୁସାରେ, ରୱାଣ୍ଡା, ବୁରୁଣ୍ଡି, ସେଣ୍ଟ୍ରାଲ ଆଫ୍ରିକାନ୍ ରିପବ୍ଲିକ, କଙ୍ଗୋ, ଡେମୋକ୍ରାଟିକ୍ ରିପବ୍ଲିକ ଅଫ୍ ଦ କଙ୍ଗୋ, ଗାମ୍ବୋ, କେନିଆ, ୟୁଗାଣ୍ଡା, ବୋଲିଭିଆ ଆଦି ଦେଶକୁ ଯାଉଥିବା ଯାତ୍ରୀମାନଙ୍କୁ ଟ୍ରାଭେଲ ହେଲଥ ପ୍ରୋ ତରଫରୁ ଚେତାବନୀ ଜାରି କରାଯାଇଛି । ଏହିପରି ବ୍ରାଜିଲ, କଲମ୍ବିଆ, କ୍ୟୁବା, ଡୋମିନିକାନ୍ ରିପବ୍ଲିକ, ଇକ୍ୱାଡୋର, ଗୁୟାନ, ପାନାମା, ପେରୁ ଆଦି ଦେଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମାରବର୍ଗ ରୋଗ ଅତ୍ୟନ୍ତ ଘାତକ ।

ଏହାର ମୃତ୍ୟୁ ହାର ୮୮ ପ୍ରତିଶତ । ଯଦିଓ ପ୍ରାରମ୍ଭିକ ଏବଂ ଭଲ ଚିକିତ୍ସା ଦ୍ୱାରା ଏହାକୁ କମାଯାଇ ପାରିବ । ତେବେ ଏହି ରୋଗ ପ୍ରଥମେ ୧୯୬୭ରେ ଜର୍ମାନୀର ମାରବର୍ଗ ଓ ଫ୍ରାଙ୍କଫର୍ଟ ଏବଂ ସର୍ବିଆର ବେଲଗ୍ରେଡରେ ଆବିଷ୍କୃତ ହୋଇଥିଲା । ଏହି ଭାଇରସ୍ ରକ୍ତ କିମ୍ବା ଶରୀରର ଅନ୍ୟ କୌଣସି ତରଳ ପଦାର୍ଥ ମାଧ୍ୟମରେ ମଣିଷରୁ ମଣିଷକୁ ବ୍ୟାପିପାରେ । ପ୍ରବଳ ଜ୍ୱର ଏବଂ ଅତିଶୟ ମୁଣ୍ଡବିନ୍ଧା ହେଉଛି ମାରବର୍ଗ ରୋଗର ପ୍ରାଥମିକ ଲକ୍ଷଣ । ମାଂସପେଶୀରେ ଯନ୍ତ୍ରଣା, ଡାଇରିଆ, ପେଟ ଯନ୍ତ୍ରଣା, ବାନ୍ତି ଭଳି ଲକ୍ଷଣ ତୃତୀୟ ଦିନରେ ଦେଖାଦେଇପାରେ । ଲକ୍ଷଣ ନଜର ଆସିବାର ୨ରୁ ୭ ଦିନ ମଧ୍ୟରେ ରୋଗୀ ଶରୀରରେ ରାସେସ୍ ହୋଇଯାଏ । ୫ମ ଦିନରେ ରୋଗୀର ବାନ୍ତି ଓ ମଳରୁ ରକ୍ତ ପଡ଼େ । ନାକ, ଦାନ୍ତ ମାଢ଼ି ଓ ଗୁପ୍ତାଙ୍ଗରୁ ରକ୍ତସ୍ରାବ ହୋଇପାରେ । ଏଥିରେ ସଂକ୍ରମିତ ହେଲେ ଆଖିରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ । ଗମ୍ଭୀର ମାମଲାରେ ୮ମ କିମ୍ବା ୯ମ ଦିନରେ ରୋଗୀର ମୃତ୍ୟୁ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking