30.1 C
Bhubaneswar
Tuesday, May 28, 2024
Homeଓଡିଶାଯୁବତୀଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାଁ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଗତକାଲି ଲକ୍ଷ୍ମୀପ୍ରିୟାଙ୍କ ମାଆ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବଣସିଂହ ଗାଁକୁ ଯାଇଥିଲେ। ଘରେ ଲକ୍ଷ୍ମୀପ୍ରିୟା ଓ ତାଙ୍କର ମାନସିକ ଅନଗ୍ରସର ସାନ ଭଉଣୀ ନମିତା ଥିଲେ । ଆଜି ସକାଳେ ଲକ୍ଷ୍ମୀପ୍ରିୟା ବିଳମ୍ୱିତ ସମୟ ପର୍ଯ୍ୟନ୍ତ ଉଠି ନଥିଲେ । ଏନେଇ ଗାଁ ଲୋକେ ତାଙ୍କ ସାନ ଭଉଣୀ ନମିତାକୁ ପଚାରିଥିଲେ । ଏହାପରେ ଗାଁଲୋକ ଘର ଭିତରେ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ତାଙ୍କ ବେକରେ କଟା ଦାଗ ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗାଁଲୋକେ ଲକ୍ଷ୍ମୀପ୍ରିୟାଙ୍କ ମାଆ ଏବଂ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲକ୍ଷ୍ମୀପ୍ରିୟାଙ୍କୁ କେହି ହତ୍ୟା କରିଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ବର୍ଷକ ତଳେ ଲକ୍ଷ୍ମୀପ୍ରିୟାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଲକ୍ଷ୍ମୀପ୍ରିୟାଙ୍କ ମାଆ ପର ଘରେ କାମ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking