38.1 C
Bhubaneswar
Friday, April 26, 2024
Homeଓଡିଶାଦିଲ୍ଲୀରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ଦିଲ୍ଲୀରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

କୁଆଁପାଳ:  ଦିଲ୍ଲୀରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ତନୁପୁର ଗ୍ରାମର ବିଚିତ୍ରାନନ୍ଦ ପାତ୍ର (୫୮)ଙ୍କ ମସ୍ତିଷ୍କାଘାତରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତଦେହକୁ ଓଡିଶା ମୋ ପରିବାର ସହାୟତାରେ ଓଡ଼ିଶା ଫେରାଇ ଅଣାଯାଇଛି । ସେ ମାଲବୀୟ ନଗର ଅଞ୍ଚଳର ଖିଡ୍‌କୀ ଗ୍ରାମରେ ଭଡ଼ା ଘରେ ଏକୁଟିଆ ରହୁଥିଲେ । ସୋମବାର ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ସେ ଓଡ଼ିଶାରେ ରହୁଥିବା ଜଣେ ସାଙ୍ଗକୁ ନିଜର ଅସୁସ୍ଥତା ବିଷୟରେ ଫୋନ୍‌ରେ ଜଣାଇଥିଲେ । ପରେ ବିଚିତ୍ରାନନ୍ଦ ଗୁରୁତର ହୋଇ ଚେତାଶୂନ୍ୟ ଅବସ୍ଥାରେ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସେତେବେଳକୁ ବିଚିତ୍ରାନନ୍ଦଙ୍କ ମୃତ୍ୟୁ ହୋଇସାରିଥିଲା । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଯିବା ପରେ ଓଡ଼ିଶା ମୋ ପରିବାର ଦିଲ୍ଲୀର ନୋଡାଲ ଅଫିସର ଇଂ. ଅକ୍ଷୟ କୁମାର ସାମଲ, ଅବନୀ କୁମାର ସାହୁ, ଓଡ଼ିଶା ମୋ ପରିବାର ଭୁବନେଶ୍ୱର କାର୍ଯ୍ୟାଳୟ ସହ ଯୋଗାଯୋଗ କରି ସ୍ୱର୍ଗତ ପାତ୍ରଙ୍କ ମର ଶରୀରକୁ ନିଜ ଗ୍ରାମକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ । ଇଂ. ଅକ୍ଷୟ କୁମାର ସାମଲ ନିଜେ ଅସୁସ୍ଥ ଥାଇ ମଧ୍ୟ ଏଭଳି ମହତ କାର୍ଯ୍ୟ କରିବାରେ ହେଳା କରିନଥିଲେ । ସେ କେବଳ ଓଡିଶା ମୋ ପରିବାରର ନୋଡାଲ ଅଫିସର ଭାବେ ଦିଲ୍ଲୀରେ କାର୍ଯ୍ୟ କରୁନାହାନ୍ତି ସେ ମଧ୍ୟ କଳିଙ୍ଗ ଭାରତୀ ଫାଉଣ୍ଡେସନ ସଂଗଠନ ମାଧ୍ୟମରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଥିବା ଓଡ଼ିଆମାନଙ୍କ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking