33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅମରନାଥ ଯାତ୍ରା ଆରମ୍ଭ: ପେହେଲଗାଓଁରେ ପହଞ୍ଚିଲେ ପ୍ରଥମ ବ୍ୟାଚ୍ ଯାତ୍ରୀ

ଅମରନାଥ ଯାତ୍ରା ଆରମ୍ଭ: ପେହେଲଗାଓଁରେ ପହଞ୍ଚିଲେ ପ୍ରଥମ ବ୍ୟାଚ୍ ଯାତ୍ରୀ

ଶ୍ରୀନଗର: ଗୁରୁବାରଠାରୁ ଜମ୍ମୁ-କଶ୍ମୀରରେ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଜମ୍ମୁରୁ ବାହାରିଥିବା ପ୍ରଥମ ବ୍ୟାଚ୍ ଶ୍ରଦ୍ଧାଳୁ କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଗୁରୁବାର ପେହେଲଗାଓଁ ମୂଳ ଶିବିରରେ ପହଞ୍ଚିଛନ୍ତି । ଅମରନାଥ ଗୁମ୍ଫାରେ ପହଞ୍ଚିବାକୁ ଦୁଇଟି ରାସ୍ତା ରହିଛି । ଗୋଟିଏ ପେହେଲଗାଓଁ ଓ ଅନ୍ୟଟି ହେଉଛି ବାଲତାଲ୍ ।

ପେହେଲଗାଓଁରୁ ଅମରନାଥ ଗୁମ୍ଫାର ଦୂରତ୍ୱ ୪୮ କିମି ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କୁ ଚନ୍ଦନବାଡି, ଶେଷନାଗ ଓ ପଞ୍ଚତରଣି ଦେଇ ଯାତ୍ରା କରିବାକୁ ପଡିଥାଏ । ଅପରପକ୍ଷରେ ବାଲ୍‌ତାଲରୁ ଅମରନାଥ ଗୁମ୍ଫା ମାତ୍ର ୧୪ କିମି ଦୂର ହୋଇଥିଲେ ସୁଦ୍ଧା ଏହି ରାସ୍ତା ଅତ୍ୟନ୍ତ ଦୁର୍ଗମ। ଏଥିପାଇଁ ପ୍ରାୟ ୯୫ ପ୍ରତିଶତ ଶ୍ରଦ୍ଧାଳୁ ପେହେଲଗାଓଁ ରାସ୍ତାରେ ଯିବାକୁ ପସନ୍ଦ କରିଥାନ୍ତି । ଯାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସଂଖ୍ୟକ ତମ୍ବୁ ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଏହି ଯାତ୍ରା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ ବୋଲି ଅମରନାଥ ସ୍ରାଇନ ବୋର୍ଡ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking