37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ : ୭ ମୃତ

ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ : ୭ ମୃତ

ପାକିସ୍ତାନ : ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ଜଣ ସୈନ୍ୟ ଥିବାବେଳେ ଦୁଇ ଜଣ ସେନା ଅଧିକାରୀ ଅଛନ୍ତି। ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉତ୍ତର ୱଜିରିସ୍ତାନରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଛି। ଖବର ଅନୁସାରେ, ଗତକାଲି କ୍ୟାମ୍ପ ଭିତରେ ପଶି ୬ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ପାକ୍‌ ସେନାର ପାଲଟା ଆକ୍ରମଣରେ ମଧ୍ୟ ୬ ଜଣ ଆତଙ୍କବାଦୀ ମୃତ ହୋଇଛନ୍ତି। ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡିରେ ସେନା କ୍ୟାମ୍ପକୁ ଧକ୍କା ଦେଇଥିଲେ। ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଏହି କାରଣରୁ କୋଠାର ଏକ ଅଂଶ ଭୁଶୁଡି ପଡିବାରୁ ୫ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ପ୍ରାଣ ହରାଇଛନ୍ତି। ସୈନ୍ୟଙ୍କ ପାଲଟା ଜବାବରେ ୬ ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking