30.1 C
Bhubaneswar
Saturday, May 4, 2024
Homeଓଡିଶାଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ପୁରୀରେ ଖୋଲିବ ଦ୍ୱିତୀୟ ପ୍ରତ୍ନତତ୍ତ୍ୱ୍ୱ ବିଭାଗ କାର୍ଯ୍ୟାଳୟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ପୁରୀରେ ଖୋଲିବ ଦ୍ୱିତୀୟ ପ୍ରତ୍ନତତ୍ତ୍ୱ୍ୱ ବିଭାଗ କାର୍ଯ୍ୟାଳୟ

କଟକ: ଭୁବନେଶ୍ୱରଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) କାର୍ଯ୍ୟାଳୟ ରହିଥିବା ବେଳେ ଆବଶ୍ୟକତା ଦୃଷ୍ଟିରେ ଦ୍ୱିତୀୟ କାର୍ଯ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ଆଯାଇଛି । ପୁରୀ-କୋଣାର୍କ ଅଞ୍ଚଳ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ର ଦ୍ୱିତୀୟ କାର୍ଯ୍ୟାଳୟ ପୁରୀଠାରେ ଖୁବ୍ ଶୀଘ୍ର ଖୋଲାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାର ଗୁରୁବାର ଶୁଣାଣିରେ ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆ ଫର ଓଡ଼ିଶା ହାଇକୋର୍ଟ ପ୍ରସନ୍ନ କୁମାର ପାଢ଼ୀ ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ମାତ୍ର ରତ୍ନଭଣ୍ଡାର ସଂକ୍ରାନ୍ତରେ କୌଣସି ସତ୍ୟପାଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣିରେ ରତ୍ନଭଣ୍ଡାର ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେର୍ଶ ଦେଇଛନ୍ତି । ମାର୍ଚ୍ଚ ୧୬ ତାରିଖକୁ ପରବର୍ତ୍ତି ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତିି । ସେହିପରି ଆମିକସ୍‌କ୍ୟୁରୀ ଏନ୍‌.କେ. ମହାନ୍ତି ଅଦାଲତଙ୍କୁ ଅବଗତ କରାଇଥିଲେ ଯେ ନୂଆବର୍ଷ ପାଳନ ପାଇଁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟ ମନ୍ଥର ଗତିରେ ଚାଲିଛିି । ତେବେ ପରବର୍ତ୍ତି ତାରିଖ ସୁଦ୍ଧା ଜଗମୋହନ ଓ ନାଟମଣ୍ଡପ ସ୍ଥିତି ଜଣାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୮ ତାରିଖ ଶୁଣାଣି ବେଳେ ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ରତ୍ନ ଭଣ୍ଡାରର ସ୍ଥିତି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେର୍ଶ ଦେଇଥିଲେ । ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲିଥିଲା ଓ ସେ ସମୟରେ ଏଥିରେ କେତେ ଅଳଙ୍କାର ଥିଲା, ସେବେଠାରୁ ଆଜି ପର୍ଯ୍ୟନ୍ତ କାହିଁକି ରତ୍ନଭଣ୍ଡାର ଖୋଲାଯାଇନି ଏ ସଂକ୍ରାନ୍ତରେ ଜବାବ ରଖିବାକୁ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ଦିଲ୍ଲୀପ ମହାପାତ୍ରଙ୍କ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ,୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲିଥିଲା । ସେତେବେଳେ ତତ୍କାଳୀନ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଏହି କମିଟି ରତ୍ନଭଣ୍ଡାରରେ କେତେ ସୁନାଗହଣା ରହିଛି ତାହାର ଏକ ଆକଳନ କରି ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା । ମାତ୍ର ସେବେଠାରୁ ରତ୍ନଭଣ୍ଡାର ଖୋଲିନାହିଁ । ଗତ କିଛିବର୍ଷ ତଳେ ଏ ନେଇ ରୁଜୁ ଏକ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ହୋଇଥିଲା । ହେଲେ ରତ୍ନଭଣ୍ଡାର ଆଉ ଖୋଲାଯାଇ ପାରିନଥିଲା । ସେବେଠାରୁ ଆଉ ରତ୍ନଭଣ୍ଡାର ଖୋଲାଯିବା ପାଇଁ ଉଦ୍ୟମ ହୋଇନାହିଁ । ଅପରପକ୍ଷରେ ଶ୍ରୀମନ୍ଦିର ମରାମତି ଏବଂ କୋଣାର୍କ ମନ୍ଦିର ମରାମତିକୁ ନେଇ ଆମିକସ୍‌କ୍ୟୁରୀ ଶ୍ରୀ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନରେ ଫାଟ ସୃଷ୍ଟି ହୋଇଥିବା ନେଇ କୁହାଯାଇଥିଲା । ଶ୍ରୀମନ୍ଦିରର ସୁରକ୍ଷା କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ତାଙ୍କ ପ୍ରତ୍ୟକ୍ଷ ତ ୍ୱାବଧାନରେ ଏହି ମରାମତି କାର୍ଯ୍ୟ ତଦାରଖ ଲାଗି ଆମିକସ୍‌କ୍ୟୁରୀ ପ୍ରାର୍ଥନା କରିଥିଲେ । ପ୍ରତି ମାସେ କିମ୍ବା ଦୁଇ ମାସରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ତଲବ କଲେ ଏହି ମରାମତି କାର୍ଯ୍ୟ ତ୍ୱରାନିତ ହୋଇପାରିବ ବେଲି ଆମିକସ୍‌କ୍ୟୁରୀ ଶ୍ରୀମହାନ୍ତି ଦର୍ଶାଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking