30.1 C
Bhubaneswar
Friday, May 3, 2024
Homeଓଡିଶା୧୬ରୁ ସାଉଥ୍ ଆଫ୍ରିକା ଗସ୍ତ: ଭାରତୀୟ ମହିଳା ହକି ଦଳ ଘୋଷିତ

୧୬ରୁ ସାଉଥ୍ ଆଫ୍ରିକା ଗସ୍ତ: ଭାରତୀୟ ମହିଳା ହକି ଦଳ ଘୋଷିତ

ବେଙ୍ଗାଲୁରୁ : ଆସନ୍ତା ୧୬ରୁ ଭାରତୀୟ ମହିଳା ହକି ଦଳର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ପ୍ରଥମେ ସାଉଥ୍ ଆଫ୍ରିକା ବିପକ୍ଷରେ ୪ଟି ଓ ପରେ ନେଦରଲାଣ୍ଡ୍‌ସ ବିପକ୍ଷରେ ୩ଟି ମ୍ୟାଚ୍ ଖେଳିବ । କେପ୍‌ଟାଉନ୍‌ଠାରୁ ଆରମ୍ଭ ହେବାକୁ ଥିବା ସିରିଜ୍ ୧୬ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ । ଏହି ଗସ୍ତ ସକାଶେ ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି । ଅଭିଜ୍ଞ ଗୋଲ୍‌କିପର୍ ସବିତା ଦଳର ଅଧିନାୟିକା ପଦ ବଜାୟ ରଖିଥିବା ବେଳେ ନବନୀତ କୌର୍ ଉପଅଧିନାୟିକା ଦାୟିତ୍ୱ ତୁଲାଇବେ । ସେହିପରି ଭେଟେରାନ୍ ଫରୱାର୍ଡ ତଥା ପୂର୍ବତନ ଅଧିନାୟିକା ରାନୀ ରାମପାଲ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରାନୀ ଗତ ବର୍ଷ ଅନ୍ତିମ ଭାଗରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ମହିଳା ହକି ପ୍ରୋ ଲିଗ୍‌ରେ ବେଲଜିୟମ୍ ବିପକ୍ଷରେ ତାଙ୍କର ଅନ୍ତିମ ମ୍ୟାଚ୍ ଖେଳିଥିଲେ । ସେହିପରି ଗତ ବର୍ଷ ମେ’ରେ ଅନୁଷ୍ଠିତ ୟୁନିଫର୍ ଅଣ୍ଡର୍‌-୨୫ ପଞ୍ଚରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବୈଷ୍ଣବୀ ଫାଲକେ ସିନିଅର୍ ଟିମ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି । ଗସ୍ତ ସମ୍ପର୍କରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଜାନେକ୍ ସ୍କୋପ୍‌ମାନ୍ କହିଛନ୍ତି ଯେ ଗତ ବର୍ଷ ନେସନ୍ସ କପ୍‌ରେ ଚାମ୍ପିଅନ୍ ହୋଇଥିବା ଦଳ ପାଖରେ ଗସ୍ତ ମାଧ୍ୟମରେ ଆଗକୁ ବଢ଼ିବାର ଭଲ ସୁଯୋଗ ରହିଛି । ସେହିପରି ଚଳିତ ବର୍ଷ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିସକାଶେ ସାଉଥ୍ ଆଫ୍ରିକା ଓ ନେଦରଲାଣ୍ଡ୍‌ସ ପରି ଦୁଇଟି ଶକ୍ତିଶାଳୀ ଦଳଠାରୁ ଆମେ ଯଥେଷ୍ଟ କିଛି ଶିଖିପାରିବା । ନେଦରଲାଣ୍ଡ୍‌ସ ବିପକ୍ଷରେ ଖେଳି ଆମେ ଆମର ପ୍ରଦର୍ଶନକୁ ସୁଧାରିପାରିବା । ସେହିପରି ସାଉଥ୍ ଆଫ୍ରିକା ବିପକ୍ଷରେ ବଲ୍‌କୁ କିପରି ଅଧିକ ନିୟନ୍ତ୍ରଣରେ ରଖିହେବ, ତାହା ଶିଖିପାର ସୁଯୋଗ ରହିଛି ବୋଲି ସ୍କୋପ୍‌ମାନ୍ କହିଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷରେ ଭାରତ ୧୬ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ୧୭ରେ ଦ୍ୱିତୀୟ, ୧୯ରେ ତୃତୀୟ ଓ ୨୧ରେ ଚତୁର୍ଥ ମ୍ୟାଚ୍ ଖେଳିବ । ସେହିପରି ଦଳ ନେଦରଲାଣ୍ଡ୍‌ସକୁ ୨୨,୨୭ ଓ ୨୮ ତାରିଖରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଘୋଷିତ ଦଳ: ଗୋଲ୍‌କିପର୍‌- ସବିତା (ଅଧିନାୟିକା) ଓ ବିଚୁ ଦେବୀ ଖରିବାମ୍‌, ଡିଫେଣ୍ଡର୍‌-ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ ଓ ଗୁରଜିତ୍ କୌର୍‌, ମିଡ୍‌ଫିଲ୍‌ଡର୍‌- ବୈଷ୍ଣବୀ ଫାଲ୍‌କେ, ପି. ସୁଶୀଲା ଚାନୁ, ନିଶା, ସଲିମା ଟେଟେ, ମୋନିକା, ନେହା, ସୋନିକା ଓ ବଲଜିତ୍ କୌର୍ ଏବଂ ଫରୱାର୍ଡ- ଲାଲ୍‌ରେମ୍‌ସିଆମି, ନବନୀତ୍ କୌର୍ (ଉପଅଧିନାୟିକା), ବନ୍ଦନା କଟାରିୟା, ସଙ୍ଗୀତା କୁମାରୀ, ବିଉଟି ଡୁଙ୍ଗ୍‌ଡୁଙ୍ଗ୍‌, ରାନୀ, ରୀନା ଖୋଖର୍ ଓ ଶର୍ମିଲା ଦେବୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking