30.1 C
Bhubaneswar
Friday, May 3, 2024
Homeଓଡିଶାବର୍ଷାଙ୍କ ଜାତିଆଣ ଆକ୍ଷେପ ମାମଲା: ସତ୍ୟତା ଯାଞ୍ଚ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ

ବର୍ଷାଙ୍କ ଜାତିଆଣ ଆକ୍ଷେପ ମାମଲା: ସତ୍ୟତା ଯାଞ୍ଚ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଜାତିଆଣ ଆକ୍ଷେପ ଅଭିଯୋଗ ନେଇ ଦାୟର ମାମଲାର ସତ୍ୟତା ଯାଞ୍ଚ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜାତିଆଣ ଆକ୍ଷେପ କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଗତ ଜୁଲାଇ ମାସରେ ଅଭିଯୋଗ କରିିଥିଲେ । ଏହି ଅଭିଯୋଗ ଥାନାରେ ପଞ୍ଜିକରଣ ନ ହେବାରୁ ଅଭିଯୋଗକାରିଣୀ ଡିସିପିଙ୍କୁ ରେଜିଷ୍ଟ୍ରି ପୋଷ୍ଟ ଯୋଗେ ଅଭିଯୋଗ ପଠାଇଥିଲେ । ହେଲେ ତା’ ପରେ ବି କୌଣସି ପଦକ୍ଷେପ ନିଆ ଯାଇନଥିଲା । ତତ୍‌ପରେ ଅଭିଯୋଗକାରିଣୀ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦାସ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking