29.1 C
Bhubaneswar
Saturday, May 4, 2024
Homeଓଡିଶାହାଇକୋର୍ଟରେ ଇ-ଏଫ୍‌ଆଇଆର ପଞ୍ଜିକରଣ ମାମଲା ଡିଜିପିଙ୍କୁ ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

ହାଇକୋର୍ଟରେ ଇ-ଏଫ୍‌ଆଇଆର ପଞ୍ଜିକରଣ ମାମଲା ଡିଜିପିଙ୍କୁ ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କଟକ : ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଇ-ଏଫ୍‌ଆଇଆର୍ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ନେଇ ଆଜି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏକ ସତ୍ୟପାଠ ଦାଖଲ କରିଛନ୍ତି । ମାତ୍ର ହାଇକୋର୍ଟ ଏଥିରେ ସନ୍ତୁଷ୍ଟ ନହୋଇ ସାନି ସତ୍ୟପାଠ ଦାଖଲ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏସ୍‌. କେ.ପାଣିଗ୍ରାହୀ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ମାସକ ପରେ କରାଯିବ ବୋଲି ଧାର୍ଯ୍ୟ କରିଛନ୍ତି । ସତ୍ୟପାଠ ଜରିଆରେ ଡିଜିପି ଅଦାଲତଙ୍କୁ ଦର୍ଶାଇଛନ୍ତି ଯେ ଅନ୍ୟ ରାଜ୍ୟରେ ପୁଲିସ ବିଭାଗରେ ଇ-ଏଫ୍‌ଆଇଆର୍ ବ୍ୟବସ୍ଥା କିଭଳି ଲାଗୁ ହୋଇଛି ସେ ନେଇ ରିପୋର୍ଟ ମଗାଇଛୁ । ଉକ୍ତ ରିପୋର୍ଟ ଆସିବା ପରେ ଏହାକୁ ଅନୁଧ୍ୟାନ କରାଯାଇ ଓଡ଼ିଶା ପୁଲିସରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ପଦକ୍ଷେପ ନିଆଯିବ । ଏନେଇ ପରବର୍ତ୍ତୀ ସମୟରେ କୋର୍ଟଙ୍କୁ ଅବଗତ କରାଯିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ମାତ୍ର ଏଥିରେ ସନ୍ତୁଷ୍ଟ ନ ହୋଇ ଜଷ୍ଟିସ ପାଣିଗ୍ରାହୀ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆବେଦନକାରୀ ଝରଣାବାଳା ପାତ୍ରଙ୍କ ପକ୍ଷରୁ ଆଗତ ଏକ ମାମଲାର ଡିସେମ୍ବର ୫ ତାରିଖ ଶୁଣାଣି ବେଳେ କଟକସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ । ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ମହିଳା ହିଂସା ସମ୍ପର୍କିତ ମାମଲାଗୁଡ଼ିକର ପଞ୍ଜିକରଣ ପାଇଁ ରାଜ୍ୟରେ ଇ-ଏଫ୍‌ଆଇଆର୍ ବ୍ୟବସ୍ଥା ପ୍ରଚଳନ ପାଇଁ ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ପୁଲିଲିସ ମହାନିର୍ଦ୍ଦେଶକ (ଡିଜିପି) ଏନେଇ ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking