36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ କୁନାଲ କାମ୍ରାଙ୍କ ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟରେ କୁନାଲ କାମ୍ରାଙ୍କ ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମ୍ରାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକ ଅଦାଲତ ଅବମାନନା ମାମଲାର ଶୁଣାଣିରୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓହରି ଯାଇଥିବା ଜଣାପଡିଛି । ୨୦୨୦ରେ ସୁପ୍ରିମକୋର୍ଟ ରିପବ୍ଲିତକ୍ ଟିିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଥିବାବେଳେ କୁନାଲ ଏହି ରାୟକୁ ନେଇ ବ୍ୟଙ୍ଗାତ୍ମକ ଟ୍ୱିଟ୍ କରିଥିଲେ । ଫଳରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା । ଅର୍ଣ୍ଣବଙ୍କ ଜାମିନ ପ୍ରଦାନ ସମୟରେ ସେ (ଜଷ୍ଟିସ ଚନ୍ଦ୍ରଚୂଡ) ସୁପ୍ରିମକୋର୍ଟ ଖଣ୍ଡପୀଠରେ ସାମିଲ ଥିବାରୁ ବର୍ତ୍ତମାନ କାମ୍ରାଙ୍କ ବିରୋଧରେ ଆଗତ ମାମଲାର ଶୁଣାଣିରେ ସାମିଲ ହେବାକୁ ଉଚିତ ମନେ କରୁନଥିବା ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking