27.1 C
Bhubaneswar
Thursday, April 30, 2026
Homeଓଡିଶାଶ୍ରୀମନ୍ଦିର : ଭିଡ ଜଗିବ ଏଆଇ କ୍ୟାମେରା

ଶ୍ରୀମନ୍ଦିର : ଭିଡ ଜଗିବ ଏଆଇ କ୍ୟାମେରା

ପୁରୀ : ଶ୍ରୀମନ୍ଦିରରେ ଭିଡ ଜଗିବ ଏଆଇ କ୍ୟାମେରା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାରା ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏଆଇ କ୍ୟାମେରା ଲଗାଯିବା ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ଵାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡାରେ ଏହି ନୂତନ କ୍ୟାମେରା ଲରାଯିବା ଏନେଇ ସୂଚନା ସୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ଚାରିଦ୍ୱାରରେ ସିସିଟିଭି କ୍ଯାମେରା ଲାଗିଥିବା ବେଳେ ଅତ୍ୟାଧୁନିକ ବୈଷୟିକ ବ୍ଯବସ୍ଥା କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଥିଲା ନିଷ୍ପତି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଉପଯୋଗ କରି ଶ୍ରୀମନ୍ଦିରର ପ୍ରାୟ ୧୪ଟି ସ୍ଥାନରେ ଲାଗିବ ଏଆଇ କ୍ୟାମେରା । ଆଉ ଏହି ଏଆଇ କ୍ୟାମେରା କାହା ହାତରେ କ’ଣ ରହିଛି ତାହାର ସୂଚନା ତୁରନ୍ତ ପ୍ରଶାସନ ନିକଟରେ ପହ‌ଞ୍ଚାଇ ଦେବ। ଫଳରେ ଶ୍ରୀମନ୍ଦିରରେ ନିଷିଧ ସାମଗ୍ରୀ ଜବତ ସହଜରେ ହୋଇପାରିବ । ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫ୍ଏଫ୍ ସି ଏସ୍ ସ୍ଥାପନ କରାଯାଉଛି । ଏନେଇ ପଦକ୍ଷେପ ନେଇଛି ପଦକ୍ଷେପ । ଶ୍ରୀମନ୍ଦିର – ଭିତରେ ଓ ବାହାରେ ଏହି ଟେକ୍ନୋଲେଜି ବ୍ୟବହାର କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking