32.5 C
Bhubaneswar
Monday, June 29, 2026
Homeଓଡିଶାବଜ୍ରପାତ ନେଲା ଆଉ ଏକ ଜୀବନ

ବଜ୍ରପାତ ନେଲା ଆଉ ଏକ ଜୀବନ

ପୁରୀ : ବଜ୍ରପାତରେ ମହିଳା ମୃତ। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମୃତ ମହିଳାଙ୍କ ବୟସ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ କିଛି ମହିଳା ଶ୍ରମିକ ବିଲରେ ଧାନ ରୋଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ପରେ ବିଲରେ କାମ କରୁଥିବା ସମସ୍ତ ଶ୍ରମିକ ରାସ୍ତା ଉପରକୁ ପଳାଇ ଆସୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ୨ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିଲେ।ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ମହିଳା ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking