36.1 C
Bhubaneswar
Thursday, May 2, 2024
Homeବିଜିନେସ୍ଟେଲିଗ୍ରାମରେ ଆସିଲା ନୂଆ ଫିଚର

ଟେଲିଗ୍ରାମରେ ଆସିଲା ନୂଆ ଫିଚର

ନୂଆଦିଲ୍ଲୀ: ଦୃତଗତିରେ ଲୋକପ୍ରିୟ ହେଉଥିବା କ୍ଲବହାଉସ ଆପକୁ ଟକ୍କର ଦେବା ପାଇଁ ମେସେଜିଂ ଆପ ଟେଲିଗ୍ରାମ ନୂଆ ଭଏସ ଚାଟ୍ ଫିଚର ଲଂଚ କରିଛି । ଏହା ମାଧ୍ୟମରେ ଟେଲିଗ୍ରାମ ବ୍ୟବହାରକାରୀ ଲାଇଭ ଭଏସ ଚାଟିଂ କରିପାରିବେ । ଏବେ ଏଥିରେ ସମୟ ସୀମା କିମ୍ବା ବ୍ୟବହାରକାରୀଙ୍କ ଲିମିଟ ବି ନାହିଁ । ଏହାସହିତ କମ୍ପାନୀ ନିଜ ପ୍ଲାଟଫର୍ମରେ ରେଜଡ ହ୍ୟାଣ୍ଡ ଓ ଜଏନ ହ୍ୟାଣ୍ଡ ଫିଚର ବି ଯୋଡିଛି ।
କହିରଖୁଛୁ, ଟେଲିଗ୍ରାମରେ ଏହି ଫିଚର ସଂପୂର୍ଣ୍ଣ ନୂଆ ନୁହେଁ । କମ୍ପାନୀ ଟେଲିଗ୍ରାମ ଗ୍ରୁପସ ପାଇଁ ଏହାକୁ ଗତବର୍ଷ ଡିସେମ୍ବରରେ ଲଂଚ କରିଥିଲା । ଏବେ ଏହାକୁ ଇଣ୍ଡିଭିଜୁଆଲ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଜାରି କରିଛି । ଏହା ଦ୍ୱାରା ଏବେ ଟେଲିଗ୍ରାମ ଚ୍ୟାନେଲର ଆଡମିନ ସବସ୍କ୍ରାବର୍ସ ପାଇଁ ଭଏସ ଚାଟ ସେସନ ଆରମ୍ଭ କରିପାରିବ । ଆଡମିନକୁ ଏକ ଖାସ ଫିଚର ଏହା ମଧ୍ୟ ଦିଆଯାଇଛି, କି ସେ ଭଏସ ଚାଟ୍ ମଧ୍ୟରେ ଅଡିଓ ରେକର୍ଡ କରି ତାକୁ ପବ୍ଲିସ କରିପାରିବେ । ଫଳରେ ଯେଉଁ ଫଲୋଅର୍ସ ଲାଇଭ ଚାଟରେ ଭାଗ ନେଇପାରିନାହାନ୍ତି ସେ ବି ତାକୁ ଶୁଣିପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking