38.1 C
Bhubaneswar
Tuesday, April 23, 2024
Homeକରୋନାଏହି ଦେଶକୁ କରୋନା ଟିକା ଯୋଗାଇବାରେ ଅକ୍ଷମତା ପ୍ରକାଶ କଲା ଏସଆଇଆଇ

ଏହି ଦେଶକୁ କରୋନା ଟିକା ଯୋଗାଇବାରେ ଅକ୍ଷମତା ପ୍ରକାଶ କଲା ଏସଆଇଆଇ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଦେଶକୁ ଟିକା ଯୋଗାଇଥିବା ଭାରତକୁ ଏକ ବଡ ଝଟକା ଲାଗିପାରେ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅର୍ଥାତ ଏସଆଇଆଇ, ତିନି ଦେଶକୁ ଚିଠି ଲେଖି ଭ୍ୟାକ୍ସିନ ଯୋଗାଇବାରେ ଅକ୍ଷମତା ପ୍ରକାଶ କରିଛି । ଏହା ବି ସେ ସମୟରେ ଯେତେବେଳେ ଏହି ଦେଶମାନେ ଭ୍ୟାକ୍ସିନ କିଣିବା ପାଇଁ ପେମେଣ୍ଟ କରିସାରିଛନ୍ତି । ଖବର ଅନୁସାରେ, ଏସଆଇଆଇର ଚିଫ ଅଦାର ପୁନାବାଲା ବ୍ରାଜିଲ, ମୋରକ୍କୋ ଓ ସାଉଦି ଆରବକୁ ଟିଠି ଲେଖି କହିଛନ୍ତି ଯେ, ଭ୍ୟାକ୍ସିନ ପଠାଇବାରେ ଅନିଶ୍ଚିତକାଳୀନ ବିଳମ୍ବ ହୋଇପାରେ ।
କରୋନାରେ ସବୁଠୁ ଅଧିକମାତ୍ରାରେ ପ୍ରଭାବିତ ହୋଇଥିବା ଦେଶମଧ୍ୟରେ ଦ୍ୱିତୀୟରେ ଆସୁଥିବା ବ୍ରାଜିଲ ଭ୍ୟାକ୍ସିନର ୨ କୋଟି ଡୋଜ ଅର୍ଡର ଦେଇଥିଲା । ତା ମଧ୍ୟରୁ ୪୦ ଲକ୍ଷ ଏପର୍ଯ୍ୟନ୍ତ ବ୍ରାଜିଲକୁ ପଠାସରିଛି । ଏହାବ୍ୟତୀତ ମୋରକ୍କୋ ଗତବର୍ଷ ଅଗଷ୍ଟରେ ୨ କୋଟି ଭ୍ୟାକ୍ସିନ କିଣିବା ପାଇଁ ବୁଝାମଣା କରିଥିଲା । ହେଲେ ଏପର୍ଯ୍ୟନ୍ତ ତାକୁ ମଧ୍ୟ ୭୦ ଲକ୍ଷ ଭ୍ୟାକ୍ସିନ ମିଳିଛି । ସେହିଭଳି ସାଉଦି ଆରବ ବି ୨ କୋଟି ଭ୍ୟାକ୍ସିନ ପାଇଁ ଅର୍ଡର ଦେଇଥିଲା । ତାକୁ ମାତ୍ର ୩୦ ଲକ୍ଷ ଭ୍ୟାକ୍ସିନ ଦିଆଯାଇଛି ।
ଚିଠିରେ ଉଲ୍ଲେଖ ରହିଛି ଯେ, ଏସଆଇଆଇର ଗୋଟିଏ ବିଲ୍ଡିଂରେ ନିଆଁ ଲାଗିବା କାରଣରୁ ଭ୍ୟାକ୍ସିନ ଉତ୍ପାଦନରେ ସମସ୍ୟା ହେଉଛି । ଏହି କାରଣ ପାଇଁ ଆସନ୍ତା ମାସରେ ଟିକା ପଠାଯାଇପାରିବ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking