28.1 C
Bhubaneswar
Friday, April 26, 2024
Homeଖେଳଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଅତି ସହଜରେ ଜିତି ନେଇଛି ଟିମ ଇଣ୍ଡିଆ । ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ କବଜା କରିଛି ମେନ ଇନ ବ୍ଲୁ । ଏହି ବିଜୟ ସହିତ ସିରିଜରେ ୧-୦ରେ ଆଗୁଆ ହୋଇଛି ରୋହିତ ସେନା । ପ୍ରଥମ ଇନିଂସରେ ପେସ ଆଟାକ ଏବଂ ଦ୍ୱିତୀୟ ଇନିଂସରେ ଟପ୍ ଅର୍ଡର ବ୍ୟାଟିଂର ଦମଦାର ପ୍ରଦର୍ଶନରେ ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର୍‌ କ୍ବିଣ୍ଟନ୍‌ ଡି’ କକ୍‌ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ଏବଂ ରିଲେ ରୋଷୋ ଖାତା ମଧ୍ୟ ଖୋଲିପାରିନାହାନ୍ତି । ଏଡେନ୍‌ ମାର୍କରମ୍‌ କ୍ରିଜ୍‌ରେ ଜମିରହି ୨୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିଭଳି ଡେଭିଡ୍‌ ମିଲର, ଟ୍ରିଷ୍ଟନ୍‌ ଷ୍ଟବସ୍‌ ମଧ୍ୟ ଖାତା ଖୋଲିପାରି ନାହାନ୍ତି । ଶେଷରେ ଓ୍ବେନ୍‌ ପାର୍ନେଲ ୨୪ ରନ ଏବଂ କେଶବ ମହାରାଜ୍‌ ୪୧ ରନ କରି ଆଉଟ ହୋଇଥିଲେ ସୁଦ୍ଧା ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । କାଗିସୋ ରାବାଡା ୭ରନ ଏବଂ ଏନରିଚ୍‌ ନୋର୍କିୟା ୨ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩୨ ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହର ୨୪ ରନ ଦେଇ ଦୁଇଟି, ହର୍ଷଲ ପଟେଲ ୨୬ରନ ଦେଇ ୨ଟି ଅକ୍ଷର ପଟେଲ ୧୬ ରନ ବ୍ୟୟ କରି ଗୋଟିଏ ଓ୍ବିକେଟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking