29.1 C
Bhubaneswar
Monday, April 27, 2026
Homeଓଡିଶାଆସନ୍ତା ଶିକ୍ଷା ବର୍ଷରୁ ଏନଇପିରେ ହେବ ପାଠପଢା – ଗଣଶିକ୍ଷା ମନ୍ତ୍ରୀ

ଆସନ୍ତା ଶିକ୍ଷା ବର୍ଷରୁ ଏନଇପିରେ ହେବ ପାଠପଢା – ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ଏନଇପିରେ ହେବ ପାଠପଢା ଏନେଇ ସୂଚନା ଦେଇଛନ୍ତି  ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ।    ବାଲବାଟିକାରୁ ଆରମ୍ଭ ହେବ ଏନଇପି । ନୂଆ ଶିକ୍ଷାନୀତି  ଓଡିଶାରେ  ଲାଗୁ ହେଲେ , ଓଡିଶାର ସ୍କୁଲ ପାଠ ପଢାରେ  ବୈପ୍ଲବିକ ପରିବର୍ତ୍ତନ ହେବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ୨୮ ହଜାର ଶିକ୍ଷକ ନିଯୁକ୍ତି  ଦେବେ ସରକାର । ଶିକ୍ଷକ ଅଭାବକୁ ନେଇ  ଗଣଶିକ୍ଷା ମନ୍ତ୍ରୀ  ସୂଚନା ଦେଇଛନ୍ତି । ଶିକ୍ଷକ ଅଭାବ  ଦୂର ପାଇଁ   ଟିଜିଟି  /  ପିଜିଟି ଶିକ୍ଷକ ଦିଆଯାଉଛି ।  ୧୬ ହଜାର  ୯ ଜଣ କନିଷ୍ଠ  ଶିକ୍ଷକ  ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ   ୨୮ ହଜାର ଶିକ୍ଷକ ନିଯୁକ୍ତି  ଦେବେ ସରକାର । ଏନଇପି କାଯ୍ୟ କରିବାକୁ ଜାତୀୟ ଶିକ୍ଷାନୀତି ପାଇଁ ଷ୍ଟିଅରିଂ କମିଟି କଲେ ରାଜ୍ୟ ସରକାର । ୧୬ ଜଣିଆ ଷ୍ଟିଅରିଂ  କମିଟି ଗଠନ କଲା ଗଣଶିକ୍ଷା ବିଭାଗ । ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ରହିବେ  ପ୍ରଫେସର  ନିତ୍ୟାନନ୍ଦ ପ୍ରଧାନ ।  ୧୬ ଜଣିଆ  କମିଟି  ପ୍ରସ୍ତୁତ କରିବା  ପାଠ୍ୟ ଖସଡା । ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ। ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ। ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ। ୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ। ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା। ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା। ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ। ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking