ଗଞ୍ଜାମ: ଗତକାଲି ଠାରୁ ଆରମ୍ଭ ହେଲା ଗଞ୍ଜାମର ପ୍ରତିଷ୍ଠିତ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା। ମା’ ତାରାତାରିଣୀଙ୍କ ପୀଠରେ ଆଜିଠାରୁ ଏହା ଆରମ୍ଭ ହୋଇ ୫ ଟି ମଙ୍ଗଳବାର ପର୍ଯ୍ୟନ୍ତ ଏହି ପର୍ବ ପାଳନ ହେବ।ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରିବା ସହ ମାନସିକ ଧାରୀ ମାନେ ପୁରଣ କରିବେ ସେମାନଙ୍କ ମାନସିକ।କିନ୍ତୁ କରନା ସଂକ୍ରମଣ ଗଞ୍ଜାମରେ ବଢ଼ୁଥିବାରୁ ଦର୍ଶନ ନିମନ୍ତ୍ର ଜିଲ୍ଲାପ୍ରସସନ ଗାଇଡ଼ ଲାଇନ ଜାରି କରିଛି।ଏହି ବର୍ଷ ପାହାଡ଼ ଉପରେ ମୁଣ୍ଡନ ହୋଇପାରିବ ନାହିଁ ତେଣୁ ମାନସିକ ଧାରୀମାନେ ତଳେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବହୁ ପ୍ରସସସନିକ ଅଧିକାରୀ ଓ ପୋଲିସି ଅଧିକାରୀ ମାନେ ଉପସ୍ଥିତ ରହି ମା’ଙ୍କ ଦର୍ଶନ କରିବା ସହ କିପରି ଶାନ୍ତିଶୃଙ୍ଖଳା ଭାବରେ ପୂଜା ହୋଇପାରିବ ତାହାର ତଦାରଖ ଜରିଥିଲେ।