31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପାକିସ୍ତାନ୍ ପତାକାକୁ ଚିରି ଦେଲା ତାଲିବାନ୍‌

ପାକିସ୍ତାନ୍ ପତାକାକୁ ଚିରି ଦେଲା ତାଲିବାନ୍‌

କାବୁଲ : କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍ । କିନ୍ତୁ ତାଲିବାନ୍ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି । ତାଲିବାନ ସରକାର ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ଓ ବିବୃତ୍ତିରେ କ୍ରମାଗତ ଭାବରେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ତାଙ୍କ ଉପରେ କୌଣସି ଦେଶର ଚାପ ନାହିଁ । ନିକଟରେ ତାଲିବାନ୍ ସେନା ଆଫଗାନିସ୍ତାନରେ ରିଲିଫ ସାମଗ୍ରୀ ବଣ୍ଟନ ବେଳେ ଏକ ଟ୍ରକରେ ଲାଗିଥିବା ପାକିସ୍ତାନ ପତାକାକୁ ଫାଡି ଦେଇଛନ୍ତି । ତାଲିବାନ ସେନା ଖୋଲାଖୋଲି ଭାବେ ପାକିସ୍ତାନକୁ ବିରୋଧ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । କାବୁଲରେ ପାକିସ୍ତାନ୍ ପତାକା ଫାଡିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଟ୍ରକ୍‌ରେ ପାକିସ୍ତାନ ପତାକା ଦେଖି ତାଲିବାନୀ ସେନା ରାଗି ଯାଇଥିଲେ । ତୁରନ୍ତ ସେହି ପତାକାକୁ କ୍ୟାମେରା ଆଗରେ ଚିରିଦେଲେ । ଏହା ପରେ କ୍ରୋଧିତ ସୈନ୍ୟ ଟ୍ରକ ଡ୍ରାଇଭରକୁ ଧମକ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ ଟ୍ରକରୁ ପତାକା ବାହାର କରାଯାଇଥିଲା ସେଥିରେ ପାକ୍‌-ଆଫଗାନିସ୍ତାନ କୋ-ଅପରେଶନ ଫୋରମ୍ ଲେଖା ଯାଇଥିଲା । ଗୋଟିଏ ପଟେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ପାକିସ୍ତାନ ଦୃଢ ସମର୍ଥନ କରୁଥିବାବେଳେ ଆଫଗାନର ନୂଆ ସରକାର ପାକ୍ ସରକାରକୁ ରେଡ୍ ସିଗନାଲ ଦେଖାଉଛି । ସରକାର ଗଠନ ଦିଗରେ ହସ୍ତକ୍ଷେପ ନକରିବା ପାଇଁ ତାଲିବାନୀ ସଂଗଠନଙ୍କ ପକ୍ଷରୁ ପାକିସ୍ତାନ୍‌କୁ କଡ଼ା ଚେତାବନୀ ମଧ୍ୟ ଦିଆଯାଉଛି । ଇମ୍ରାନ୍ ଖାନ୍ ଆଫଗାନିସ୍ତାନରେ ସମାବେଶୀ ସରକାର ଗଠନ ପାଇଁ ତାଲିବାନ୍‌କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏସବୁ ପ୍ରସଙ୍ଗରୁ ଦୂରେଇ ରହିବା ପାଇଁ ପାକିସ୍ତାନ୍‌କୁ କହିଛି ତାଲିବାନ୍ । ଆଫଗାନିସ୍ତାନରେ ସମାବେଶୀ ସରକାର ଦାବି କରିବାରର ଅଧିକାର କୌଣସି ଦେଶର ନାହିଁ ବୋଲି ତାଲିବାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାର ଗଠନରେ ପଡୋଶୀ ରାଷ୍ଟ୍ରକୁ ସାମିଲ କରିବାମାନେ ନିଜ ଦେଶରେ ଗୁପ୍ତଚର ପାଳିବା ସହ ସମାନ ବୋଲି ତାଲିବାନ କହିଛି । ଏହା ପାକିସ୍ତାନ୍‌କୁ ଏକ ଶକ୍ତ ଚାପୁଡ଼ା ସଦୃଶ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking