39.1 C
Bhubaneswar
Friday, April 26, 2024
Homeଓଡିଶାଲକ୍ ଡାଉନ୍ : ସ୍ଥିତି ସମୀକ୍ଷା କଲେ ଡିଜିପି,ଆଇନ ଅମାନ୍ୟକାରୀଙ୍କୁ ଛାଡ଼ନାହିଁ

ଲକ୍ ଡାଉନ୍ : ସ୍ଥିତି ସମୀକ୍ଷା କଲେ ଡିଜିପି,ଆଇନ ଅମାନ୍ୟକାରୀଙ୍କୁ ଛାଡ଼ନାହିଁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଲକ୍ ଡାଉନ୍‌ର ସ୍ଥିତି ପରଖିବାକୁ ଆଜି ଏକ ଦିନିକିଆ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଢେଙ୍କାନାଳ ଗସ୍ତରେ ଆସି ଲକ୍ ଡାଉନର ସମୀକ୍ଷା କରି ଫେରିଯାଇଛନ୍ତି । ଏହି ସମୀକ୍ଷାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାର ରୋକିବା ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଅଭୟ ଏସପି ଅନୁପମା ଜେମ୍ସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଖାଦ୍ୟପଦାର୍ଥ ଓ ମେଡିସିନ୍ ନେଇ ଆସୁଥିବା ବ୍ୟକ୍ତି ଏବଂ ଗାଡିକୁ ନଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି କ୍ୱାରେଣ୍ଟାଇନକୁ ଅବମାନନା କରୁଥିବା ଓ ଲକ୍ ଡାଉନ୍ ସମୟରେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୁଲିସମାନେ ଡ୍ୟୁଟି ସମୟରେ ନମ୍ରତା ଓ ସହନଶିଳତା ଭାବେ ଲୋକମାନଙ୍କୁ ବୁଝାଇ ଘରକୁ ପଠାଇବାଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିସହିତ ପୋଲିସ୍ କର୍ମଚାରୀମାନଙ୍କୁ ଏଭଳି ଭାବେ ଡ୍ୟୁଟି ବଣ୍ଟାଯିବା ଦରକାର ଯେଉଁଥିରେ କି ଜଣେ ଗୋଟିଏ ଦିନ ଛୁଟି ପାଇପାରିବେ । ଏହାଛଡ଼ା ଡ୍ୟୁଟି ସମୟରେ ପୁଲିସ୍ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟକରିବା ଆବଶ୍ୟକ ବୋଲି କହିଥିଲେ । ସମୀକ୍ଷା ବୈଠକ ପରେ ଡିଜିପି ଶ୍ରୀ ଅଭୟ ପୁଲିସ୍ ବିଭାଗର କଂଟ୍ରୋଲ ରୁମ୍ ପରିଦର୍ଶନ କରି ତାର ଉନ୍ନତିକରଣ ଦିଗରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ପରେ ଫାଷ୍ଟ ବାଟାଲିୟମ କ୍ୟାମ୍ପସ୍ ଏବଂ ବାରାକ୍ ପରିଦର୍ଶନ କରିଥିଲେ । ଏହି ସମୀକ୍ଷା ବୈଠକରେ ଉତ୍ତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ମଧ୍ୟ ଉପସ୍ଥିତ ଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking