29.1 C
Bhubaneswar
Monday, June 16, 2025
Homeଓଡିଶାହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବର ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଝିଅକୁ ମାରି ଛାତ ଉପରୁ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମା’ । ସିସିଟିଭିରେ ଉଭୟ ସାଙ୍ଗ ହୋଇ ଯାଉଥିବାର ଦୃଶ୍ୟ କଏଦ୍‌ ହୋଇଛି । ଏହି ଘଟଣାରେ ଅଧିକ ତନାଘନା ଆରମ୍ଭ କରିଛି ଖଣ୍ଡଗିରି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ ‘ଦାସ୍‌ ଇନ୍‌’ ନାମକ ଏକ ଓୟୋ ହୋଟେଲ ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବତୀଙ୍କ ଘର ନୟାଗଡ଼ ଅଞ୍ଚଳରେ । ସେ ଏକ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରୁଥିଲେ । ପୁରୁଷବନ୍ଧୁ ବିଭୂତି ପ୍ରତିହାରୀଙ୍କୁ ଅଟକ ରଖିଛି ପୁଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking