30.1 C
Bhubaneswar
Monday, August 15, 2022
Homeଓଡିଶାପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ: ବୃଦ୍ଧଙ୍କ ଗଳିତ ଝୁଲନ୍ତା ଶବ ଉଦ୍ଧାର

ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ: ବୃଦ୍ଧଙ୍କ ଗଳିତ ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ଏମ୍ସ ହସ୍ପିଟାଲ ପଛପାଖରେ ଥିବା କାଜୁଜଙ୍ଗଲ ଭିତରୁ ସୋମବାର ଅପରାହ୍ଣରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ବନମାଳୀ ସାହୁ (୭୭) ଓ ତାଙ୍କ ଘର ସ୍ଥାନୀୟ ଥାନା ଅନ୍ତର୍ଗତ ବାହାଦଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ବନମାଳୀ ପୂର୍ବରୁ ସରକାରୀ ଚାକିରୀରୁ ଅବସର ନେଇଥିବାବେଳେ ଅବସର ପରେ କିଛି କରୁନଥିଲେ । ତେବେ ଗତ କିଛିବର୍ଷ ହେବ ତାଙ୍କ ମାନସିକ ସ୍ଥିତି ଭଲନଥିବା ପରିବାର ଲୋକେ କହିଛନ୍ତି ।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅନ୍ତର୍ଗତ ଏମ୍ସ ହସ୍ପିଟାଲ ପଛପାଖ କାଜୁ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ପୁଲିସକୁ ଅପରାହ୍ଣରେ ଖବର ଆସିଥିଲା । ପୁଲିସ ମୃତଦେହ ପାଖରେ ପହଞ୍ଚିବାରୁ ତାହା ଗଳିତ ହୋଇ ଝୁଲୁଥିବା ଦେଖିବାକୁ ପାଇଥିଲା । ପରେ ମୃତଦେହ ନିକଟରେ ପଡ଼ିଥିବା ଆଧାରକାର୍ଡରୁ ସେ ବନମାଳୀ ସାହୁ ଓ ବାହାଦଳପୁର ଅଞ୍ଚଳର ବ୍ୟକ୍ତି ବୋଲି ଜଣାପଡ଼ିଥିଲା ।

ପରେ ତାଙ୍କ ପରିବାର ଲୋକଙ୍କୁ ଏନେଇ ଜଣାଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ତେବେ ବନମାଳି ଗତ ୫ରୁ ୬ ଦିନ ହେବ ଘରୁ ପତ୍ନୀଙ୍କ ସହ ଝଗଡ଼ା କରି ପଳାଇ ଆସିଥିଲେ । ସେ ଫୋନ ବ୍ୟବହାର କରୁନଥିବାରୁ ପରିବାରଲୋକେ ତାଙ୍କ ସହ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇପାରିନଥିଲା । ସୋମବାର ବନମାଳୀ କାଜୁ ଜଙ୍ଗଲରେ ଥିବା ଏକ ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking